Odisha Link
Bridging the Missing Links in Odisha

ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ଲାଲୁଙ୍କୁ ଆଶ୍ବସ୍ଥି, ୧୬ ଜଣଙ୍କୁ ମିଳିଲା ଜାମିନ

ଓଏଲ୍‌ ବ୍ୟୁରୋ: ଅଡ଼ୁଆରେ ପଡ଼ିଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ମିଳିଲା ଆଶ୍ବସ୍ତି। ଜମି ବଦଳରେ ଚାକିରି ଦୁର୍ନିତି ମାମଲାରେ ଛନ୍ଦି ହୋଇଥିବା ଲାଲୁ ଯାଦବଙ୍କ ପରିବାର ଆଜି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ହାଜର ହୋଇଥିଲେ। ଲାଲୁ ଯାଦବ, ରାବ୍ରୀ ଦେବୀ, ଝିଅ ମିସା ଯାଦବଙ୍କ ସମେତ ମୋଟ ୧୬ଜଣ ହାଜର ହୋଇଥିଲେ। ମାମଲାର ଶୁଣାଣି କରି ଲାଲୁଙ୍କ ସମେତ ମୋଟ ୧୬ ଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। ସିବିଆଇ ଚାର୍ଜସିଟ୍‌ ଦାଖଲ କରିବା ପରେ ଆଜି ସ୍ୱତନ୍ତ୍ର କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିଲା।

ବୁଧବାର ଲାଲୁଙ୍କ ସମେତ ତାଙ୍କ ସ୍ତ୍ରୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ଏବଂ ତାଙ୍କ ଝିଅ ତଥା ଆରଜେଡି ଏମ୍‌ପି ମିସା ଭାରତୀ ବୁଧବାର ଦିଲ୍ଲୀର ରୌଜ୍‌ ଏଭିନ୍ୟୁ କୋର୍ଟରେ ହାଜର ହୋଇଛନ୍ତି। କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି।

୨୦୦୪ରୁ ୨୦୦୯ ମଧ୍ୟରେ ଲାଲୁ ରେଳ ମନ୍ତ୍ରୀ ଥିବାବେଳେ ରେଳ ବିଭାଗରେ ଚାକିରି ପାଇବା ପାଇଁ ଲୋକ ସେମାନଙ୍କ ଜମିକୁ ଲାଲୁ ଯାଦବଙ୍କ ପରିବାର ସଦସ୍ୟଙ୍କ ନାମରେ କରିଦେଉଥିବା ଅଭିଯୋଗ ହୋଇଥିଲା। ଗତ ବର୍ଷ ମେ ୧୮ରେ ସିବିଆଇ ଲାଲୁ ଯାଦବଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

ସୂଚନାଥାଉକି, ୧୪ ବର୍ଷ ପୁରୁଣା ଏହି କେସ୍‌କୁ ନେଇ ଲାଲୁଙ୍କ ପରିବାରକୁ ଘାଣ୍ଟୁଛି ସିବିଆଇ। ଲାଲୁ ରେଳ ମନ୍ତ୍ରୀ ଥିବା ବେଳେ ରେଳବାଇରେ ଚାକିରି ବଦଳରେ ସେ ଲୋକଙ୍କ ଜାଗା ହଡ଼ପ କରିଥିବା ତଥା ବହୁ କମ୍‌ ମୂଲ୍ୟରେ କିଣିଥିବା ଅଭିଯୋଗ ହୋଇଥିଲା। ୧୮ ମେ’ରେ ସିବିଆଇ ଏନେଇ ମାମଲା ରୁଜୁ କରିଥିଲା।

Leave A Reply

Your email address will not be published.