Odisha Link
Bridging the Missing Links in Odisha

ଅବକାରୀ ବିଭାଗ କନେଷ୍ଟବଳଙ୍କ ଘରୁ ଜବତ ହେଲା ଗଞ୍ଜେଇ

କାର୍ଯ୍ୟରତ କନେଷ୍ଟବଳ ଦୀପକଙ୍କ ଘରେ ଚଢ଼ାଉ ସମୟରେ ୪୨କେଜିରୁ ଅଧିକ ଗଞ୍ଜେଇ ଜବତ

ଓଏଲ୍‌ ବ୍ୟୁରୋ: ଅବକାରୀ କନେଷ୍ଟବଳଙ୍କ ଘରୁ ଗଞ୍ଜେଇ ଜବତ ହୋଇଥିବା ଖବର ସାମ୍ନାକୁ ଆସିଛି। ଗଂଜେଇ ଜବତ ହୋଇଥିବା କନେଷ୍ଟବଳ ହେଉଛନ୍ତି ରାୟଗଡ଼ା ଅବକାରୀ ବିଭାଗରେ କାର୍ଯ୍ୟରତ କନେଷ୍ଟବଳ ଦୀପକ ପାଣିଗ୍ରାହୀ।

ଖବର ଅନୁସାରେ, ରାୟଗଡ଼ା ଅବକାରୀ ବିଭାଗରେ କାର୍ଯ୍ୟରତ କନେଷ୍ଟବଳ ଦୀପକ ପାଣିଗ୍ରାହୀ ନିଜ ଘରେ ଗଞ୍ଜେଇ ରଖିଥିବା ଖବର ପାଇଥିଲେ ଏସଟିଏଫ୍। ଖବର ପାଇବା ପରେ ଏସଟିଏଫ୍ ତାଙ୍କ ଘରେ ଚଢାଉ କରିଥିଲା। କାର୍ଯ୍ୟରତ କନଷ୍ଟେବଳ ଦୀପକଙ୍କ ଘରେ ଚଢ଼ାଉ ସମୟରେ ୪୨କେଜିରୁ ଅଧିକ ଗଞ୍ଜେଇ ଜବତ କରାଯାଇଥିବା ଜଣା ପଡିଛି।

Leave A Reply

Your email address will not be published.