Odisha Link
Bridging the Missing Links in Odisha

କଲରାପତରିଆ ବାଘ ସୃଷ୍ଟି କଲା ଆତଙ୍କ

ବନବିଭାଗ ଟିମ୍ ସେ ଗ୍ରାମରେ ପହଂଚି ଛାନଭିନ କରିଛି।

ଓଏଲ୍‌ ବ୍ୟୁରୋ: କଲରାପତରିଆ ବାଘ ସୃଷ୍ଟି କରିଛି ଆତଙ୍କ। ନୂଆପଡ଼ା ତରିଆମହୁଆଭଟା ଗାଁରେ କଲରାପତରିଆ ବାଘକୁ ନେଇ ଆତଙ୍କିତ ଗ୍ରାମବାସୀ। ବାଘକୁ ନେଇ ଲୋକଙ୍କ ମନରେ ଛନକା। ବନବିଭାଗ ଟିମ୍ ସେ ଗ୍ରାମରେ ପହଂଚି ଛାନଭିନ କରିଛି।

ଖବର ଅନୁସାରେ, ମଙ୍ଗଳବାର ରାତିରେ ତରିଆ ମହୁଆଭଟା ଗ୍ରାମର ଭାଗରଥି ଭୋଇ ଗୁହାଳକୁ କଲରାପତରିଆ ବାଘ ପଶି ବାଛୁରୀକୁ ଆକ୍ରମଣ କରିଛି। କିନ୍ତୁ ଏହି ସମୟରେ ଗାଈମାନଙ୍କର ଶବ୍ଦ ଶୁଣି ମାଲିକ ଉଠି ଗୁହାଳକୁ ଯାଇଥିଲେ। ହେଲେ ତାପୂର୍ବରୁ ବାଘ ପଲାଇ ଯାଇଥିବା ଶ୍ରୀ ଭୋଇ କହିଛନ୍ତି।

ସେ ଗ୍ରାମରେ ଆଜିକୁ ୯ ଦିନ ହେବ ବାଘ ଆତଙ୍କ ଦେଖା ଦେଇଛି। ଏହାରି ଭିତରେ ୫ଟି ଗ୍ରାମର ୨ଟି ଗାଈ ଓ ୨ଟି ବାଛୁରୀକୁ ବାଘ ମାରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବାଘ ଭୟରେ ଲୋକେ ଘରୁ ବିଶେଷ ବାହାରୁନଥିବା ଜଣା ପଡିଛି।

Leave A Reply

Your email address will not be published.