Odisha Link
Bridging the Missing Links in Odisha

କରୋନା ଭୟ, ଦେଶରେ ୬ ହଜାର ଟପିଲା ଦୈନିକ ସଂକ୍ରମଣ

ଗତ ୨୪ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣରେ ୧୩ଜଣ ପ୍ରାଣ ହରାଇଥିବା ଜଣା ପଡିଛି।

ଓଏଲ୍‌ ବ୍ୟୁରୋ: ପୁଣି କାୟା ବିସ୍ତାର କଲାଣି କରୋନା ମହାମାରୀ। କରୋନା ଭୂତାଣୁକୁ ନେଇ ବଢ଼ିଲା ଦେଶବାସୀଙ୍କ ଚିନ୍ତା। କିଛି ମାସର ବ୍ୟବଧାନ ପରେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଲଗାତର ଭାବେ ବୃଦ୍ଧି ପାଇଛି। ଆଜି ଦେଶରେ ୬ ହଜାର ୫୦ କରୋନା ପଜିଟିଭ ଚିହ୍ନଟ କରାଯାଇଛି। ସକ୍ରିୟ ରୋଗୀ ସଂଖ୍ୟା ୨୮ ହଜାର ୩୦୩କୁ ବୃଦ୍ଧି ହୋଇଛି। ଗତ ୨୪ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣରେ ୧୩ଜଣ ପ୍ରାଣ ହରାଇଥିବା ଜଣା ପଡିଛି। କର୍ଣ୍ଣାଟକରେ ୨, ମହାରାଷ୍ଟ୍ରରେ ୩ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ରାଜସ୍ଥାନରେ ୨, ଦିଲ୍ଲୀରେ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବାବେଳେ ଗୁଜରାଟ, ହରିୟାଣା, ପଞ୍ଜାବ, ଜାମ୍ମୁ ଓ ହିମାଚଳରେ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ, ଗତକାଲି ଦେଶରେ ୫ ହଜାର ଟପିଥିଲା ଦୈନିକ କରୋନା ସଂକ୍ରମଣ। ଗତକାଲି ୨୪ଘଣ୍ଟା ମଧ୍ୟରେ ୫ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଦେଶରେ ୨୫,୫୮୭ ଆକ୍ଟିଭ କେସ୍‌ ରହିଥିବା ଜଣା ପଡିଥିଲା। କରୋନାରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ବୃଦ୍ଧିପାଉଥିବା କରୋନାକୁ ନଜରରେ ରଖି ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜିତ ହେବ। ଭର୍ଚୁଆଲ ମୋଡ୍‌ରେ ସବୁ ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ।

Leave A Reply

Your email address will not be published.