Odisha Link
Bridging the Missing Links in Odisha

ତଳକୁ ଖସିଲା ଉତ୍କଳ ବିଶ୍ବବିଦ୍ୟାଳୟ ନାକ୍‌ ମାନ୍ୟତା

ଭୁବନେଶ୍ବର: ପୁଣିଥରେ ଚର୍ଚ୍ଚାରେ ଉତ୍କଳ ବିଶ୍ବବିଦ୍ୟାଳୟ। କାରଣ ନାକ୍‌ ଗ୍ରେଡରେ ତଳଖୁ ଖସିଲା ଉତ୍କଳ ବିଶ୍ବବିଦ୍ୟାଳୟ। ଏକଦା ନାକ୍‌ର ଏ+ ମାନ୍ୟତା ପାଇଥିବା ବାଣୀ ବିହାର ଏବେ ଏ ମାନ୍ୟତା ପାଇଛି। ୩.୧୬ ସ୍କୋର ସହ ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଲା ‘A’ ଗ୍ରେଡ୍‌। ୨୦୧୬ରେ ୩.୫୩ ସ୍କୋର ସହ ଏ+ ମାନ୍ୟତା ପାଇଥିଲା ଉତ୍କଳ ବିଶ୍ୱବିଦ୍ୟାଳୟ। ଗତମାସରେ ନାକ୍ ଟିମ୍‌ କ୍ୟାମ୍ପସରେ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ଖସିଛି ମାନ୍ୟତା।

ଉଚ୍ଚଶିକ୍ଷା କ୍ଷେତ୍ରରେ ଦେଶରେ ବିଭିନ୍ନ ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନର ମାନ ନିର୍ଦ୍ଧାରଣ କରିଥାଏ ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡିଟେସନ୍ କାଉନସିଲ ବା ନାକ। ୨୦୧୬ରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ଏ+ ମାନ୍ୟତା ପାଇଥିଲା।

ସବୁଠୁ ବଡ଼କଥା ହେଲା ଚଳିତଥର ନାକ୍‌ ଟିମ୍‌ ଦୀର୍ଘ ୫ବର୍ଷ ପରେ ୩ଦିନ ପାଇଁ ଏହି ଟିମ୍‌ ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ। ପ୍ରଥମ ଦିନରେ ବିଶ୍ୱବିଦ୍ୟାଳୟ କନ୍‌ଭୋକେଶନ ହଲ୍‌ରେ ଆୟୋଜିତ ଆଲୋଚନାରେ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର ଯୋଗଦେଇ ସେମାନଙ୍କ ଅନୁଭୂତି ଓ ସମସ୍ୟା ସମ୍ପର୍କରେ ମତ ରଖିଥିଲେ।

ସେହିପରି ପୁରାତନ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ସହ ମଧ୍ୟ ଏହି ଟିମ୍‌ ଆଲୋଚନା କରିଥିଲା। ବିଶ୍ୱବିଦ୍ୟାଳୟକୁ ଗ୍ରେଡ୍‌ ଦେବାରେ ଏହି ସମସ୍ତ ମତାମତକୁ ଟିମ୍‌ ବିଚାରକୁ ନେଇଥିଲା। ‘ଏ+’ ମାନ୍ୟତା ପାଇସାରିଥିବା ଏହି ବିଶ୍ୱବିଦ୍ୟାଳୟ ‘ଏ++’ ମାନ୍ୟତା ଦୌଡ଼ରେ ରହିଥିଲା। ହେଲେ ନାକ୍‌ ଟିମର ରିପୋର୍ଟ ସବୁକିଛି ଧୁଳିସାତ କରିଦେଇଛି।

ନାକ୍‌ ଟିମ୍‌ ଆସିବେ ବୋଲି ଶିକ୍ଷା, ଗବେଷଣା, ଭିତ୍ତିଭୂମି ବିକାଶ ଓ କ୍ୟାମ୍ପସ ବାତାବରଣ କିପରି ଶୃଙ୍ଖଳିତ ରହିବ, ସେଥିପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା । ହେଲେ ଏ++ ଗ୍ରେଡ୍‌ ପାଇବା ପାଇଁ ସେତିକି ପଦକ୍ଷେପ ଯଥେଷ୍ଟ ନଥିଲା ବୋଲି ନାକ୍‌ ଟିମ୍‌ ରିପୋର୍ଟରେ ଉଲ୍ଲେଖ କରିଥିବା ସୂଚନା ରହିଛି।

Leave A Reply

Your email address will not be published.