Odisha Link
Bridging the Missing Links in Odisha

ମିଳିଲା ଗ୍ରୀନ୍‌ ସିଗନାଲ୍, ଶ୍ରୀମନ୍ଦିରର ନିୟନ୍ତ୍ରିତ ଅଞ୍ଚଳରେ ନିର୍ମାଣ ହୋଇପାରିବ କୋଠା

ଭୁବନେଶ୍ବର: ଶ୍ରୀମନ୍ଦିରର ନିୟନ୍ତ୍ରିତ ଅଞ୍ଚଳରେ ନିର୍ମାଣ ହୋଇପାରିବ ଅଭ୍ୟର୍ଥନା କକ୍ଷ। ଏନେଇ ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନଏମଏ) ଅନୁମତି ଦେଇଛନ୍ତି। ୭୫ ମିଟର ପରିଧି ଭିତରେ ଅଭ୍ୟର୍ଥନା କକ୍ଷ ସହ ରଘୁନନ୍ଦନ ପାଠାଗାର ନିର୍ମାଣକୁ ଅନୁମତି ପ୍ରଦାନ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ଜଣାଇଛି ଜାତୀୟ ସ୍ମାରକୀ ପ୍ରାଧିକରଣ। ଏପ୍ରିଲ ୨୫ ତାରିଖରେ ବସିଥିବା ବୈଠରେ ବିଧିବଦ୍ଧ ଅନୁମତି ମିଳିଛି।

କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଐତିହ୍ୟ ପ୍ରାଧିକରଣର ଅନୁସଚିବ ମନୀଷ ବାଗୋଇ ଗତ ଏପ୍ରିଲ ୨୫ତାରିଖରେ ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକ ତଥା ଏନଏମଏ ନୋଡାଲ ଅଫିସରଙ୍କୁ ଚିଠି ଲେଖି ଆମସାର ଆକ୍ଟ-୧୯୫୮ର ପ୍ରାବଧାନ ଅନ୍ତର୍ଗତ ଶ୍ରୀଜଗନ୍ନାଥ ମନ୍ଦିରର ରେଗୁଲେଟେଡ୍ ଏରିଆ(୨୦୦ମିଟର ପରିସର ପର୍ଯ୍ୟନ୍ତ) ମଧ୍ୟରେ ଏହି ଅଫିସ୍ କୋଠା ନିର୍ମାଣ କରିବାକୁ ଅନୁମତି ଦେଇଥିବା ଜଣାପଡ଼ିଛି।

ସୂଚନାଥାଉକି, ୨୦୨୨ ଡିସେମ୍ବର ମାସରେ ଏନଏମଏର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପୁରୀ ଆସି ଐତିହ୍ୟ କରଡର କାମ ଦେଖିଥିଲେ। ଏନଏମ୍ଏ ଅଧ୍ୟକ୍ଷ କିଶୋର କେ ବାସା ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିବା ସହ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ। ସେତେବେଳେ ଶ୍ରୀମନ୍ଦିର କାର୍ଯ୍ୟାଳୟର ଉଚ୍ଚତାକୁ ନେଇ ଡିପିଆର୍ ମାଗିଥିଲା ଏନଏମ୍ଏ।

Leave A Reply

Your email address will not be published.