Odisha Link
Bridging the Missing Links in Odisha

ଶଙ୍ଖ ଗଡ଼ରେ ଫୁଟିଲା ପଦ୍ମ, ୨୦୨୪ ନିର୍ବାଚନ ପୂର୍ବରୁ ମନ୍ତ୍ରୀଙ୍କୁ ଝଟକା

ଭୁବନେଶ୍ବର: ଶଙ୍ଖ ଗଡ଼ରେ ଫୁଟିଲା ପଦ୍ମ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଲାଗିଲା ଝଟକା। ବିଜୁ ଜନତା ଦଳର ତୁଙ୍ଗ ନେତା ତଥା ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବିଧାନସଭା ନିର୍ବାଚନମଣ୍ଡଳୀର ୧୧ ନମ୍ବର ଜିଲ୍ଲା ପରିଷଦ ଜୋନ ନିର୍ବାଚନରେ ବିଜେପିର ବିଜୟ। ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଯୋଗୁ ଏହି ଉପନିର୍ବାଚନ ହୋଇଥିଲା। ଶ୍ରୀ ସାହୁଙ୍କ ଆତ୍ମହତ୍ୟା ପାଇଁ ମନ୍ତ୍ରୀ ଶ୍ରୀ ଦାଶ ବିବାଦ ଘେରକୁ ଆସିଥିଲେ।

ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ଗୋପ ବ୍ଲକ୍ ଅନ୍ତର୍ଗତ ୧୧ ନମ୍ବର ଜିଲ୍ଲା ପରିଷଦ ଜୋନରେ ଅନୁଷ୍ଠିତ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରମୋଦ କୁମାର ରାୟ ୧୧,୨୪୦ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ସେ ବିଜେଡିର ଭାଗିରଥୀ ସେନାପତିଙ୍କୁ ୧୭୬ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ କରିଛନ୍ତି।

ସୂଚନାଥାଉକି, ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ବିବାଦୀୟ ମନ୍ତ୍ରୀ ଶ୍ରୀ ଦାଶ ନିଜର ମନ୍ତ୍ରୀପଦ ସୁରକ୍ଷିତ ରଖିବାରେ ସକ୍ଷମ ହୋଇଥିଲେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କୁ ଉପନିର୍ବାଚନରେ ବିଜୟୀ କରିବାରେ ବିଫଳ ହୋଇଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଶ୍ରୀ ଦାଶଙ୍କ ଗଡ଼ରେ ବିଜେପି ଜିତିଛି। ଯାହା ବିଜେଡି ନେତାଙ୍କ ପାଇଁ ସତର୍କ ଘଣ୍ଟି ସଦୃଶ।

Leave A Reply

Your email address will not be published.