Odisha Link
Bridging the Missing Links in Odisha

ଆସୁଛି ବାତ୍ୟା! ଆସନ୍ତା ୮ରେ ଲଘୁଚାପ ନେଇପାରେ ଅବପାତର ରୂପ

ଅବପାତଟି ଅଧିକ ଘନୀଭୂତ ହେବା ନେଇ ପାରିପାର୍ଶ୍ବିକ ସ୍ଥିତି ଅନୁକୂଳ ରହିଛି।

ଓଏଲ୍‌ ବ୍ୟୁରୋ: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ବଦଳୁଛି ପାଗ ଆଉ ମନରେ ଛନକା ଆରମ୍ଭ। ଲଘୁଚାପ ୮ରେ ଅବପାତର ରୂପ ନେବା ସମ୍ଭାବନା। ଏହାପରେ ବାତ୍ୟାର ରୂପ ନେବ ଅବପାତ। ବାତ୍ୟାର ରୂପ ନେବା ପରେ ଉତ୍ତର ଦିଗରେ ଗତି କରିବ ବୋଲି ସମ୍ଭାବନା ରହିଛି। ଉତ୍ତର ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗର ଯିବ। ଲଘୁଚାପ ପରେ ସ୍ପଷ୍ଟ ହେବ ବାତ୍ୟାର ଗତିପଥ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆସନ୍ତା ମେ ୬ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସମ୍ଭାବନା। ଆଇଏମଡିର ପୂର୍ବାନୁମାନ ଖରା ଦିନିଆ ବାତ୍ୟାକୁ ନେଇ ଛନକା ପଶିଛି। ଆସନ୍ତା ୬ ତାରିଖରେ ଘୂର୍ଣ୍ଣିବଳୟ ପ୍ରଭାବରେ ୭ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ୮ ତାରିଖ ବେଳକୁ ଅବପାତ ରୂପ ନେଇପାରେ। ପରବର୍ତ୍ତୀ ସମୟରେ ଏହା ଉତ୍ତର ଦିଗକୁ ଗତି କରିବା ସମ୍ଭାବନା। ଅବପାତଟି ଅଧିକ ଘନୀଭୂତ ହେବା ନେଇ ପାରିପାର୍ଶ୍ବିକ ସ୍ଥିତି ଅନୁକୂଳ ରହିଛି। ଭାରତୀୟ ପାଣିପାଗ ବିଭାଗ ଏ ନେଇ ସୂଚନା ଦେଇଛି।

ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ ବର୍ତ୍ତମାନ ଯେଉଁ ପାଣିପାଗ ବା ଉପାଦାନ ରହିଛି, ତାହା ବାତ୍ୟାକୁ ଅଧିକ ଶକ୍ତିଶାଳୀ କରିପାରେ। ବିଶେଷ କରି ସମୁଦ୍ର ପତନର ତାପମାତ୍ରା ୩୦ ଡିଗ୍ରୀ ରହିଛି। ଏହା ମିଆଁମାର ପରିବର୍ତ୍ତେ ଭାରତ କିମ୍ବା ବାଂଲାଦେଶ ଆଡ଼କୁ ଗତି କରିପାରେ ବୋଲି ସେ ଅନୁମାନ କରିଛନ୍ତି। ହେଲେ ଓଡ଼ିଶାରେ ଏହାର ପ୍ରଭାବ ରହିବ ନାଁ ନାହିଁ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ।

Leave A Reply

Your email address will not be published.