Odisha Link
Bridging the Missing Links in Odisha

ଦୀପାଳିଙ୍କ ପାଇଁ ପ୍ରଚାର କରିବେ ବିଜେଡି ସୁପ୍ରିମୋ

ତେବେ ଆଗାମୀ ଉପ-ନିର୍ବାଚନରେ କେଉଁ ଦଳ ବାଜିମାତ କରିବ ତାହା ଦେଖିବାକୁ ବାକି ରହିଲା।

ଓଏଲ୍‌ ବ୍ୟୁରୋ: ଝାରସୁଗୁଡା ଉପ-ନିର୍ବାଚନ ପାଇଁ କମ୍ପୁଛି ନିର୍ବାଚନ ମଣ୍ଡଳୀ। ନିର୍ବାଚନ ପାଇଁ ସରଗରମ ଓଡ଼ିଶା ରାଜନୀତି। ମେ’୧୦ରେ ପଡ଼ିବ ଭୋଟ। ଝାରସୁଗୁଡ଼ାବାସୀ ବାଛିବେ ତାଙ୍କ ମନପସନ୍ଦର ନେତା। ନିର୍ବାଚନରେ ବିଜେଡିରୁ ଲଢ଼ୁଛନ୍ତି ଦୀପାଳି ଦାସ ଯାହା ପାଇଁ ପ୍ରଚାର କରିବେ ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକ, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ହେଲେ ସେ ପ୍ରଚାର ମୈଦାନକୁ ଆସିବେ କି ନାହିଁ ସ୍ପଷ୍ଟ ହୋଇପାରିନାହିଁ। ଅନ୍ୟପଟେ, ବିଜେପିରୁ ଟଙ୍କଧର ତ୍ରିପାଠୀ ଉପ-ନିର୍ବାଚନ ଲଢୁଥିବାବେଳେ ତାଙ୍କ ପାଇଁ ଆସନ୍ତା ୭ରେ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିବେ ବୋଲି ଚର୍ଚ୍ଚା ହେଉଛି।

ସାଧାରଣ ନିର୍ବାଚନକୁ ଆଉ ୧ ବର୍ଷରୁ କମ୍‌ ସମୟ ଥିବା ବେଳେ ଝାରସୁଗୁଡ଼ା ଉପନିର୍ବାଚନ ଜିତିବାକୁ ରାଜ୍ୟର ତିନି ଛାମୁଆ ଦଳ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ କରୁଛନ୍ତି ଜୋରଦାର ପ୍ରସ୍ତୁତି। ପ୍ରଚାରରେ କମ୍ପୁଛି ମଇଦାନ, କାହାର ପଲ୍ଲା ଉପ-ନିର୍ବାଚନରେ ଭାରି ରହିବ ଏନେଇ ଚାଲିଛି ଚର୍ଚ୍ଚା। ନିର୍ବାଚନକୁ ନଜରରେ ରଖି ଦଳୀୟ ନେତା ଜୋର ନିର୍ବାଚନୀ ପ୍ରଚାରରେ ଲାଗିପଡିଥିବାବେଳେ ଅନେକ ବଡ଼ ଖବର ସାମ୍ନାକୁ ଆସିଥିଲା। ତେବେ ଆଗାମୀ ଉପ-ନିର୍ବାଚନରେ କେଉଁ ଦଳ ବାଜିମାତ କରିବ ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.