Odisha Link
Bridging the Missing Links in Odisha

ରାଷ୍ଟ୍ରପତିଙ୍କୁ ନିଜ ପାଖରେ ପାଇ ଉତ୍ସାହିତ ଛାତ୍ରଛାତ୍ରୀ, ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ

ରାଷ୍ଟ୍ରପତି ହେବା ପରେ ପ୍ରଥମଥର ରାଇରଙ୍ଗପୁର ଆସିଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ।

ଓଏଲ୍‌ ବ୍ୟୁରୋ: ରାଷ୍ଟ୍ରପତି ହେବା ପରେ ନିଜ ଜନ୍ମମାଟିରେ ପ୍ରଥମ ଥର ପାଦ ଦେଲେ ମହାମହିମ। ୧୦ଟା ୨୦ରେ ବାଦାମପାହାଡରେ ପହଞ୍ଚିଛନ୍ତି ମହାମହିମ। ରାଷ୍ଟ୍ରପତିଙ୍କ ଆସିବା ପରେ ଲୋକ ମନରେ ଉତ୍ସାହ ଦେଖାଦେଇଛି। ମହାମହିମଙ୍କ ଗସ୍ତକୁ ନେଇ ସଜେଇ ହୋଇଛି ତାଙ୍କ ନିଜ ଗାଁ ମାଟି। ମାଟି ରାସ୍ତାକୁ ପିଚୁ କରାଯାଇଛି, ବଦଳିଯାଇଛି ଗାଁର ରୂପରେଖ। ଗାଁ ଦାଣ୍ଡ କାନ୍ଥକୁ ରଙ୍ଗ କରାଯାଇ ଅଙ୍କା ଯାଇଛି ସୁନ୍ଦର ସୁନ୍ଦର ଚିତା। ରାଷ୍ଟ୍ରପତି ନିଜ ଗାଁକୁ ଆସିଥିବାରୁ ସଜେଇ ହୋଇଛି ତାଙ୍କ ଗାଁ ପାହାଡ଼ପୁର। ରାଷ୍ଟ୍ରପତି ହେବା ପରେ ପ୍ରଥମଥର ରାଇରଙ୍ଗପୁର ଆସିଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ।

ଖବର ଅନୁସାରେ, ହେଲିପ୍ୟାଡରୁ ଓହ୍ଲାଇ ଉପସ୍ଥିତ ଲୋକଙ୍କ ଅଭିବାଦନ ଗ୍ରହଣ କଲେ। ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ପ୍ରଥମ ମୟୂରଭଞ୍ଜ ଗସ୍ତ। ୩ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି। ହେଲିପ୍ୟାଡରେ ଓହ୍ଲାଇବା ପରେ ରାଷ୍ଟ୍ରପତିଙ୍କୁ ଜୋରଦାର ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। ତାଙ୍କୁ ସ୍ୱାଗତ କରିଛନ୍ତି ରାଜ୍ୟପାଳ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ମଧ୍ୟ ସ୍ୱାଗତ କରିଛନ୍ତି। ପରେ ଛାତ୍ରଛାତ୍ରୀଙ୍କ ସହ ଭେଟିଛନ୍ତି। ମହାମହିମଙ୍କୁ ପାଖରେ ପାଇଁ ଖୁସିବ୍ୟକ୍ତ କରିଛନ୍ତି ଛାତ୍ରଛାତ୍ରୀ। ଗ୍ରାମବାସୀ ମାନେ ନିଜ ଗାଁରେ ରାଷ୍ଟ୍ରପତିଙ୍କୁ ପାଇଁ ଗର୍ବ ଅନୁଭବ କରିଛନ୍ତି।

Leave A Reply

Your email address will not be published.