Odisha Link
Bridging the Missing Links in Odisha

ବିଜେଡି ବିଧାୟକଙ୍କ ନଡ଼ିଆ ପ୍ରୀତି, ମନ୍ଦିରକୁ ଦାନ କଲେ ୧୫ ହଜାର ନଡ଼ିଆ

ଓଏଲ୍‌ ବ୍ୟୁରୋ: ଚର୍ଚ୍ଚାରେ ସୋରଧା ବିଧାୟକ ତଥା ବିଜେଡି ନେତା ପୂର୍ଣ୍ଣଚନ୍ଦ୍ର ସ୍ବାଇଁ। ସେ ପ୍ରାୟ ୧୫ ହଜାର ନଡ଼ିଆ ନୃସିଂହନାଥଙ୍କ ନିକଟରେ ସମର୍ପଣ କରିଛନ୍ତି। ବିଧାୟକଙ୍କ ସହ ଆସିକା ସାଂସଦ ପ୍ରମିଳା ବିଷୋୟୀ ମଧ୍ୟ ସୀମାଞ୍ଚଳମରେ ନଡ଼ିଆ ଭାଙ୍ଗିଛନ୍ତି। ଯାହାକୁ ନେଇ ଗଞ୍ଜାମ ଜିଲ୍ଲାରେ ବେଶ ଚର୍ଚ୍ଚା ହେଉଛି।

ନୃସିଂହ ଚତୁର୍ଦ୍ଦଶୀ ଅବସରରେ ମାନସିକ ପୂରଣ ଲାଗି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଆନ୍ଧ୍ରପ୍ରଦେଶର ସୀମାଞ୍ଚଳମରେ ନଡ଼ିଆ ଅର୍ପଣ କରିଛନ୍ତି। ସେ କହିଛନ୍ତି, ଆମ ଦଳର ମୁଖିଆ ନବୀନ ବାବୁଙ୍କ ଆର୍ଶୀବାଦରୁ ୨୦୦୯ରେ ବିଧାୟକ ହେବା ପରେ ୪ ହଜାର ନଡ଼ିଆ ଭାଙ୍ଗିଥିଲି। ୨୦୧୪ରେ ୧୬ ହଜାର ନଡ଼ିଆ ଅର୍ପଣ କରିଥିବା ବେଳେ ୨୦୧୯ରେ ୨ ବର୍ଷ କୋଭିଡ୍ ପାଇଁ ନଡ଼ିଆ ଭାଙ୍ଗି ପାରି ନଥିଲି। ପବିତ୍ର ନୃସିଂହ ଚତୁର୍ଦ୍ଦଶୀରେ ୧୫ ହଜାରରୁ ଅଧିକ ନଡ଼ିଆ ମନ୍ଦିରରେ ଅର୍ପଣ କରିଛି ବୋଲି ସେ କହିଛନ୍ତି।

ଏଥିସହିତ ସେ ଆହୁରି କହିଛନ୍ତି, ୨୦୨୪ରେ ବିଜେଡିର ଉନ୍ନତି ହେଉ, ନବୀନ ଆଉ ଥରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଆଶୀର୍ବାଦ ଭିକ୍ଷା କରିଛି। ସୋରଡ଼ା ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ୱାର୍ଡରୁ ଜଣେ ଜଣେ ହୋଇ ୧୨୦ଟି ଗାଡ଼ିରେ ଯାଇ ସେଠାରେ ନଡ଼ିଆ ଅର୍ପଣ କରିଛନ୍ତି ବିଧାୟକ। ଏଥିରେ ପ୍ରାୟ ୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ବିଧାୟକ କହିବା ସହ ୨୦୨୪ରେ ଯେତିକି ଭୋଟରେ ଜିତିବେ ସେହି ଅନୁସାରେ ନଡ଼ିଆ ଭାଙ୍ଗିବେ ବୋଲି କହିଛନ୍ତି।

Leave A Reply

Your email address will not be published.