Odisha Link
Bridging the Missing Links in Odisha

ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ, କାହାକୁ କେଉଁ ଦାୟିତ୍ବ ମିଳିଲା ଜାଣନ୍ତୁ

ସମ୍ବଲପୁର ଏସପି ବଦଳି ହୋଇ ମୟୂରଭଞ୍ଜ ଏସପି ହେଲେ ବି ଗଙ୍ଗାଧର।

ଭୁବନେଶ୍ବର: ରାଜ୍ୟ ସରକାର ଆଇପିଏସ୍‌ ସ୍ତରରେ କରିଛନ୍ତି ବଡ଼ଧରଣର ଅଦଳବଦଳ।୫ ଜିଲ୍ଲାର ଆରକ୍ଷି ଅଧିକ୍ଷକଙ୍କ ସହ ମୋଟ ୧୮ ଜଣ ଆଇପିଏସ୍‌ଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର।

ସମ୍ବଲପୁର ଏସପି ବଦଳି ହୋଇ ମୟୂରଭଞ୍ଜ ଏସପି ହେଲେ ବି ଗଙ୍ଗାଧର। ସେହିପରି ମୁକେଶ ଭମୁ ହେଲେ ସମ୍ବଲପୁର ଏସପି। ମିତ୍ରଭାନୁ ମହାପାତ୍ର ରାଉରକେଲା ଏସପି ଦାୟିତ୍ବ ମିଳିଛି।ସେହିପରି ନୀତିନ କୁଶଲକର କେନ୍ଦୁଝର ଏସପି ହୋଇଥିବା ବେଳେ ଋଷିକେଶ ଖିଲାରୀ ବଲାଙ୍ଗିର ଏସପି ହୋଇଛନ୍ତି।

ଅନ୍ୟଫଟେ ଏ.ଏମ. ପ୍ରସାଦ ହୋଇଛନ୍ତି ସ୍ପେଶାଲ ଡିଜିପି ଏଚଆରପିସି।ସେହିପରି ସୁଧାଂଶୁ ଷଡ଼ଙ୍ଗୀ ହୋଇଛନ୍ତି ଅଗ୍ନିଶମ ଡିଜି। ଆର.କେ. ଶର୍ମା ଅତିରିକ୍ତ ଡିଜିପି (ମୁଖ୍ୟାଳୟ), ହୋଇଥିବାବେଳେ ସଞ୍ଜୟ କୁମାର ଆଇନ ଶୃଙ୍ଖଳା ଓ ଯୋଗାଯୋଗର ଅତିରିକ୍ତ ଡିଜି ହୋଇଛନ୍ତି। ଅମିତାଭ ଠାକୁରଙ୍କୁ ପରିବହନ କମିଶନର ଦାୟିତ୍ବ ମିଳିଛି।

ସେହିପରି ସୁରେଶ ଦେବଦତ୍ତ ସିଂ ଅତିରିକ୍ତ ଡିଜି (ଅପରେସନ) ହୋଇଥିବାବେଳେ ଦୟାଲ ଗଙ୍ଗଓ୍ବାର ଅତିରିକ୍ତ ଡିଜି (ରେଳବାଇ ଓ ଉପକୂଳ ସୁରକ୍ଷା), ରାଜେଶ କୁମାର ଅତିରିକ୍ତ ଡିଜି (ଆଧୁନିକୀକରଣ), ନରସିଂହ ଭୋଳ (ଅବକାରୀ କମିଶନର) ହୋଇଛନ୍ତି। ସେହିପରି ଆଶିଷ ସିଂ ଆଇଜିପି (ସିଆର) ହୋଇଥିବାବେଳେ ରାଜେଶ ପଣ୍ଡିତ ଡିଆଇଜି (ଅଗ୍ନିଶମ ଓ ହୋମଗାର୍ଡ) ଓ ଅଖିଳେଶ୍ବର ସିଂ ହୋଇଛନ୍ତି ଡିଆଇଜି ଏସଆଇଡବ୍ଲୁ। ସିଏସ ମୀନା ଡିଆଇଜି କୋରାପୁଟ ଏସଡବ୍ଲୁଆର ଭାବେ ନିଯୁକ୍ତ ହୋଇଛନ୍ତି।

Leave A Reply

Your email address will not be published.