Odisha Link
Bridging the Missing Links in Odisha

ପ୍ରଥମଥର ପାଇଁ ଅନ୍ଧାର ରାତିରେ ଆଇଏନ୍‌ଏସ୍‌ ବିକ୍ରାନ୍ତ ଉପରେ ଅବତରଣ କଲା ଯୁଦ୍ଧ ବିମାନ

ଓଏଲ୍‌ ବ୍ୟୁରୋ: ପ୍ରତିରକ୍ଷା କ୍ଷେତ୍ରରେ ଭାରତୀୟ ନୌସେନାକୁ ମିିଳିଲା ଆଉ ଏକ ଐତିହାସିକ ଉପଲବ୍ଧି। ମିଗ୍-୨୯କେ ବିମାନ ଆଇଏନଏସ ବିକ୍ରାନ୍ତରେ ଅନ୍ଧାର ରାତିରେ ସଫଳତା ପୂର୍ବକ ଅବତରଣ କରି ଇତିହାସ ରଚିଛି। ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି, ଏହି ଅବତରଣ ଆତ୍ମନିର୍ଭରତା ପ୍ରତି ଉତ୍ସାହର ସଙ୍କେତ ଅଟେ। ଏପରିକି ଭାରତୀୟ ନୌସେନା ଏହି ସଫଳତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତର ଆଉ ଏକ ସଫଳତା ବୋଲି କହିଛି।

ନୌସେନାର ଆଇଏନଏସ୍ ବିକ୍ରାନ୍ତ ଉପରେ ବିଳମ୍ବିତ ରାତିରେ କଲା ମିଗ୍-୨୯କେ ଅବତରଣ କରିଛି।ସଫଳତା ପୂର୍ବକ ଏହି ଯୁଦ୍ଧ ବିମାନ ଅବତରଣ କରି ଇତିହାସ ରଚିଛି। ଏହି ଉପଲବ୍ଧି ସହ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ପ୍ରଗତି ହୋଇଛି। ଦ୍ରୁତ ଗତିରେ ମିଗ୍-୨୯ କେ ବିମାନଟି ଅବତରଣ କରୁଛି ଆଇଏନଏସ୍ ବିକ୍ରାନ୍ତ ଉପରେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

 

Leave A Reply

Your email address will not be published.