Odisha Link
Bridging the Missing Links in Odisha

ରାତି ଅଧରେ ତାଣ୍ଡବ ରଚିଲା କାଳବୈଶାଖୀ; ବଜ୍ରପାତରେ ଜଳିଗଲା ଘର, ୩ ଗୁରୁତର

ବର୍ଷା ଯୋଗୁଁ ଲୋକେ ସାମାନ୍ୟ ଆଶ୍ୱସ୍ତି ପାଇଥିବା ବେଳେ ବିଦ୍ୟୁତ ବିଭ୍ରାଟ ପାଇଁ ଲୋକେ ରାତି ଅଧରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଓଏଲ୍‌ ବ୍ୟୁରୋ: ଗତକାଲି ଅଧରାତିରେ କାଳବୈଶାଖୀ ଦେଖାଇଛି ତାର କରାଳ ରୂପ। ରାତି ଅଧରେ ମଚାଇଛି ତାଣ୍ଡବ। କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଝଡ଼ ତୋଫାନ ସାଙ୍ଗଙ୍କୁ ବଜ୍ରପାତ ଲୋକଙ୍କ ନିଦ ହଜାଇ ଦେଇଥିଲା। କାଳବୈଶାଖୀ ପାଇଁ ରାତିରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିଲା। ବର୍ଷା ଯୋଗୁଁ ଲୋକେ ସାମାନ୍ୟ ଆଶ୍ୱସ୍ତି ପାଇଥିବା ବେଳେ ବିଦ୍ୟୁତ ବିଭ୍ରାଟ ପାଇଁ ଲୋକେ ରାତି ଅଧରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

କେବଳ ସେତିକି ନୁହେଁ ବରଂ ଶୂନଶାନ ରାତିରେ ଛାରଖାର କରିଦେଇଛି ଅନେକ କିଛି। ସବୁଠାରୁ ବଡ ଅଘଟଣ ଘଟିଛି କୁଜଙ୍ଗ ଥାନା ଅନ୍ତର୍ଗତ ବରିହାଡିହା ଗାଁରେ। ବଜ୍ରପାତରେ ଏହି ଗାଁର ରାଧେଶ୍ୟାମ ପରିଡାଙ୍କ ଘରେ ନିଆଁ ଲାଗିଯାଇଥିଲା। ଘଡଘଡିର ପ୍ରଚଣ୍ଡ ଶବ୍ଦ ସହ ହୁତୁହୁତୁ ହୋଇ ଜଳିଯାଇଛି ୩ ବଖରା ଘର। ନିଆଁ ଲାଗିବା ପରେ ଘରେ ଥିବା ଗ୍ୟାସ ସିଲିିଣ୍ଡର ମଧ୍ୟ ଫାଟିଯାଇଥିଲା। ଫଳରେ ନିଆଁ ଅଧିକ ମାତ୍ରାରେ ବ୍ୟାପି ଯାଇଥିଲା। ନିଆଁ ଲାଗି ୩ ଜଣ ଆହତ ମଧ୍ୟ ହୋଇଛନ୍ତି। ତେବେ ଗୁରୁତର ଭାବେ ଆହତ ହୋଇଥିବାରୁ ସେମାନଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.