Odisha Link
Bridging the Missing Links in Odisha

ପୂର୍ବତନ ବିଧାୟକଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ

ଟ୍ୟାକସ୍ ଫାଙ୍କିବା ଅଉିଯୋଗରେ ଏହି ରେଡ୍ ହେଉଥିବା ଜଣାପଡ଼ିଛି।

ଓଏଲ୍‌ ବ୍ୟୁରୋ: ପୂର୍ବତନ ବିଧାୟକ ତଥା ଖଣି ମାଲିକଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ। ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ ଘରେ ଆୟ ବିଭାଗର ୨ ଟିମ୍‌  ଚଢ଼ାଉରେ ସାମିଲ ଅଛନ୍ତି। ଜିତୁଙ୍କ ଯୋଡ଼ା ସାଇ ମନ୍ଦିର ପାଖରେ ଥିବା ବାସଭବନ ଓ ବନେଇକଳା ଛକରେ ଥିବା ଖଣି ଅଫିସରେ ରେଡ୍ କରୁଛି ଆୟକର ବିଭାଗ।

ଆୟ ବିଭାଗର ଚଢ଼ାଉ ସମୟରେ ବନେଇକଳା ଛକରେ ଥିବା ଖଣି ଅଫିସରେ କାମ କରୁଥିବା କର୍ମଚାରୀଙ୍କ ମୋବାଇଲ ଫୋନ୍ ସିଜ୍ କରିଛି। ଏହା ସହ ଜିତୁଙ୍କ ଅଫିସ ଓ ଘରେ କାଗଜପତ୍ର ଯାଞ୍ଚ କରୁଛି। ପୂର୍ବରୁ ମଧ୍ୟ ଆୟକର ବିଭାଗ ଜିତୁଙ୍କ ଘର ଓ ଅଫିସରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା। ଟ୍ୟାକସ୍ ଫାଙ୍କିବା ଅଉିଯୋଗରେ ଏହି ରେଡ୍ ହେଉଥିବା ଜଣାପଡ଼ିଛି।

Leave A Reply

Your email address will not be published.