Odisha Link
Bridging the Missing Links in Odisha

ପାଖେଇ ଆସୁଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା, ଚଳଚଞ୍ଚଳ ରଥଖଳା

ତିନି ଠାକୁରଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ।

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ତିନି ଠାକୁରଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ଚଳଚଞ୍ଚଳ ପୁରୀର ରଥଖଳା। ରଥଯାତ୍ରାକୁ ନଜରରେ ରଖି ପୂର୍ବ ପ୍ରସ୍ତୁତି ହୋଇଛି। ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି। ରଥଯାତ୍ରା ଦିନ ସକାଳ ୯ଟା ୩୦ରେ ମହାପ୍ରଭୁଙ୍କ ପହଣ୍ଡି ସମୟ ସ୍ଥିର ହୋଇଥିବାବେଳେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ। ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଶାସନ ଏବଂ ସେବାୟତ ମଧ୍ୟ ନିଜ ନିଜ କାମରେ ଲାଗିପଡିଛନ୍ତି।

ଗତକାଲି ଶ୍ରୀମନ୍ଦିରରେ ୠକ୍ମିଣୀ ହରଣ ନୀତି ହୋଇଥିଲା। ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ୠକ୍ମିଣୀଙ୍କୁ ବିବାହ କରିଥିଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଚୂଡାନ୍ତ ହୋଇଥିଲା। ଏହାଦ୍ୱାରା ଆପାତତଃ ଅପରାହ୍ନ ଘ. ୧.୦୦ ରୁ ଅପରାହ୍ନ ଘ. ୫.୦୦ ଟିକା ପର୍ଯ୍ୟନ୍ତ ଶ୍ରୀବିଗ୍ରହମାନଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା।

Leave A Reply

Your email address will not be published.