Odisha Link
Bridging the Missing Links in Odisha

ପରିବହନ ସଚିବଙ୍କ ସତର୍କବାଣୀ, ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ସବୁ ଜିଲ୍ଲାପାଳଙ୍କୁ ଲେଖିଲେ ଚିଠି

ସବୁ ଜିଲ୍ଲାପାଳ ଓ ଏସ୍‌ପି/ଡିଏସ୍‌ପିଙ୍କୁ ଚିଠି ଲେଖିଲେ ସଚିବ।

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ବଢ଼ିବାରେ ଲାଗିଛି। ଯାହା ବର୍ତମାନ ଚିନ୍ତାର ବିଷୟ ପାଲଟିଛି। ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ହ୍ରାସ ପାଇଁ ପରିବହନ ସଚିବ ଚିନ୍ତା ପ୍ରକଟ କରିଛନ୍ତି। ସବୁ ଜିଲ୍ଲାପାଳ ଓ ଏସ୍‌ପି/ଡିଏସ୍‌ପିଙ୍କୁ ଚିଠି ଲେଖିଲେ ସଚିବ।

ପ୍ରତି ମାସରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ପକ୍ଷରୁ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ସଚିବ। ବିଭିନ୍ନ ସଚେତନ କାର୍ଯ୍ୟକ୍ରମ ସହ ସିସି କ୍ୟାମେରା ଲଗାଇବ କମିଟି। ଏଥିପାଇଁ ଆସନ୍ତା ୨୦ ସୁଦ୍ଧା ବିସ୍ତୃତ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ସଚିବ।