Odisha Link
Bridging the Missing Links in Odisha

ଯିଏ ଦୋଷୀ ଥିବ, ତା ପ୍ରତି କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ହେବ: ମୋଦି

ରକ୍ତ ଦାନ ଠାରୁ ଆରମ୍ଭ କରି ଉଦ୍ଧାର ପର୍ଯ୍ୟନ୍ତ ସବୁ କାମ କରିଛନ୍ତି।

ଓଏଲ୍‌ ବ୍ୟୁରୋ: ବାହାନଗାର ଟ୍ରେନ୍‌ ଦୁର୍ଘଟଣାକୁ ନେଇ ସ୍ଥିତି ସମୀକ୍ଷା କରିବା ପାଇଁ ବାଲେଶ୍ୱରରେ ପହଁଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ। ପ୍ରଧାନମନ୍ତ୍ରୀଙ୍କୁ ଘଟଣା ବାବଦରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅବଗତ କରାଇଥିବା ବେଳେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ପ୍ରଧାନମନ୍ତ୍ରୀ ସ୍ଥିତି ଅନୁଧ୍ୟାନ ପରେ ବାଲେଶ୍ୱର ମେଡିକାଲ ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ସେ ଆହତଙ୍କୁ ଭେଟିଛନ୍ତି। ହସ୍ପିଟାଲରେ ଆହତଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ମୋଦୀ। ରେଳ ଦୁର୍ଘଟଣାରେ ଆହତଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା। ଦୋଷୀଙ୍କ ପ୍ରତି ହେବ ଦୃଢ କାର୍ଯ୍ୟାନୁଷ୍ଠାନ। ବେଦନାକୁ ପ୍ରକାଶ କରିବାକୁ ମୋ ପାଖରେ ଶବ୍ଦ ନାହିଁ। ଏହା ମୋ ମନକୁ ଆନ୍ଦୋଳିତ କରିଦେଇଛି। ମୃତାହତଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି ମଧ୍ୟ କହିଛନ୍ତି, ସରକାରଙ୍କ ପାଇଁ ଏହି ଘଟଣା ଅତ୍ୟନ୍ତ ଗମ୍ଭୀର। ସେବା କାର୍ଯ୍ୟ ପାଇଁ ସ୍ଥାନୀୟ ଲୋକଙ୍କୁ ନମନ କଲେ ପ୍ରଧାନମନ୍ତ୍ରୀ। ଲୋକମାନେ ଯେଭଳି ସେବା କଲେ, ତାକୁ ନମନ କରୁଛି। ରକ୍ତ ଦାନ ଠାରୁ ଆରମ୍ଭ କରି ଉଦ୍ଧାର ପର୍ଯ୍ୟନ୍ତ ସବୁ କାମ କରିଛନ୍ତି। ସ୍ଥାନୀୟ ଲୋକଙ୍କ ଯୋଗୁଁ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ଘଟଣାକୁ ନେଇ ସବୁ ପ୍ରକାର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି। ଯିଏ ଦୋଷୀ ଥିବ, ତା ପ୍ରତି କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଦୋଷୀକୁ ଆଦୌ ଛଡ଼ା ଯିବନି ବୋଲି କଡ଼ା ସ୍ବରରେ କହିଲେ ମୋଦି। ଏଭଳି ଏକ ଦୁଃଖଦ ଘଟଣାକୁ ପ୍ରକାଶ କରିବାକୁ ମୁଁ ଭାଷା ପାଉନି ବୋଲି କହିଛନ୍ତି ମୋଦି।

ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଶେଷ ହୋଇଛି ଉଦ୍ଧାର କାର୍ଯ୍ୟ। ଏଥିସହ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ପରିସ୍ଥିତିକୁ ଦେଖି ଏହି ରୁଟରେ ଯିବାକୁ ଥିବା ୩୩ ଟ୍ରେନକୁ ବାତିଲ କରାଯାଇଛି। ତେବେ ବାତିଲ ହୋଇଥିବା ଟ୍ରେନ ଗୁଡିକ କେତେବେଳେ ଯାତ୍ରା ଆରମ୍ଭ କରିବ ଏନେଇ କୌଣସି ସୂଚନା ପ୍ରକାଶ ପାଇନାହିଁ।

ସୂଚନାଯୋଗ୍ୟ, ଗତକାଲି ପ୍ରାୟ ୭ଟା ୧୫ ମିନିଟ୍‌ ସମୟରେ ବାହାନଗା ଷ୍ଟେସନ ନିକଟ ଦେଇ ହାୱଡାରୁ ଚେନ୍ନାଇ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ୍ ପାସ୍‌ କରୁଥିବା ବେଳେ କୌଣସି କାରଣରୁ ଏହା ଲାଇନ୍‌ ଚ୍ୟୁତ୍‌ ହୋଇ ପାଖରେ ଅନ୍ୟ ଲାଇନ୍‌ରେ ଠିଆ ହୋଇଥିବା ଦୁଇଟି ମାଲଗାଡ଼ି ସହ ଧକ୍କା ହୋଇଥିଲା।

ଠିକ୍‌ ଏହି ସମୟରେ ଅନ୍ୟ ଏକ ଲାଇନ୍‌ ଦେଇ ଯଶବନ୍ତପୁର-ହାୱାଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍‌ର ଦ୍ରୁତଗତିରେ ପାସ୍ କରୁଥିଲା। ଏହି ଟ୍ରେନ୍‌ ଲାଇନ୍‌ ଉପରେ ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ୍‌ର ବଗି ପଡ଼ିବାରୁ ଯଶବନ୍ତପୁର-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ୍ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲା।

Leave A Reply

Your email address will not be published.