Odisha Link
Bridging the Missing Links in Odisha

‘ଟ୍ରେନ୍‌ ଦୁର୍ଘଟଣା ପରେ ଗତରାତିରୁ ୩୦୦୦ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ ହୋଇଛି’

ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଓଏଲ୍‌ ବ୍ୟୁରୋ: ବାହାନଗାର ଟ୍ରେନ୍‌ ଦୁର୍ଘଟଣା ପରେ ଅନେକ ଜୀବନ ଚାଲିଯାଇଥିବାବେଳେ ମେଡିକାଲ ବେଡ଼ରେ ମରଣ ସହ ଲଢେଇ କରୁଛନ୍ତି ଶହ ଶହ ଆହତ। ସବୁଠୁ ବଡ଼ କଥା ହେଲା ଆହତଙ୍କ ଚିକିତ୍ସା ପାଇଁ ରକ୍ତର ଆବଶ୍ୟକତା ରହିଥିବା ବେଳେ ରକ୍ତ ଭଣ୍ଡାରରେ ଆବଶ୍ୟକ ମୁତାବକ ରକ୍ତ ନାହିଁ ବୋଲି ଏହି ଖବର ପ୍ରସାରଣ ପରେ ବାଲେଶ୍ବରବାସୀ ସ୍ବଇଚ୍ଛାରେ ରକ୍ତ ଦାନ କରିବା ପାଇଁ ମେଡିକାଲ ପରିସରରେ ଲମ୍ବା ଲାଇନ୍‌ କରିଥିଲେ। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ତେବେ କେବଳ ବାଲେଶ୍ୱର ନୁହେଁ ବରଂ କଟକ, ଭଦ୍ରକବାସୀ ମଧ୍ୟ ନିଜ ଇଚ୍ଛାରେ ରକ୍ତଦାନ କରିଛନ୍ତି।

ଟ୍ରେନ୍‌ ଦୁର୍ଘଟଣା ପରେ ଗତରାତିରୁ ୩୦୦୦ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ ହୋଇଛି ବୋଲି ଏସସିବି ମେଡିକାଲ କଲେଜର ଡକ୍ଟର ଜୟନ୍ତ ପଣ୍ଡା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଆମେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଏହାକୁ ଦାନ କରିଛୁ। ତେବେ ଏଭଳି କରୁଣ ପରିସ୍ଥିତି ବେଳେ ରକ୍ତଭାବରୁ ମୁକ୍ତି ଦେବା ପାଇଁ ଅନେକ ଲୋକ ସ୍ୱଇଚ୍ଛାରେ ରକ୍ତଦାନ କରିଥିବାରୁ ମାନବିକତାର ପରିଚୟ ଦେଲା ଭଳି ଚର୍ଚ୍ଚା ହେଉଛି।

ଅନ୍ୟପଟେ, ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଶେଷ ହେଲା ଉଦ୍ଧାର କାର୍ଯ୍ୟ। ଏଥିସହ ୯୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏନେଇ ରେଳ ବିଭାଗର ଅମିତାଭ ଶର୍ମା ସୂଚନା ଦେଇଛନ୍ତି।ବାହାନଗାର ଟ୍ରେନ୍‌ ଦୁର୍ଘଟଣାକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ଶୋକ ପ୍ରକାଶ କରିବା ସହ ମୃତାହଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି। ମୃତଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଥିବାବେଳେ ଆହତଙ୍କ ପାଇଁ ୧ ଲକ୍ଷ ତାଙ୍କ ସହାୟତା ରାଶି ଘୋଷଣା କରିଛନ୍ତି ଏମ କେ ଷ୍ଟାଲିନ।

ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକରେ ବାହନଗା ରେଳ ଦୁର୍ଘଟଣାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି। ଗୃହ ମନ୍ତ୍ରୀ ଅମିତ ଶାହା ସମୀକ୍ଷା ବୈଠକରେ ସାମିଲ। ଏନଡିଆରଏଫ ଡିଜି ଏବଂ ବରିଷ୍ଠ ରେଳ ଅଧିକାରୀ ସାମିଲ ଥିବା ସୂଚନା। ଏହି ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାର ସ୍ତିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦି। ସ୍ଥିତି ସମୀକ୍ଷା ପାଇଁ ଓଡ଼ିଶା ଆସିବେ ପିଏମ୍ ମୋଦି। ଏହାସହ ସ୍ଥିତି ସମୀକ୍ଷା କରିବା ପାଇଁ ବାଲେଶ୍ୱରରେ ପହଁଞ୍ଚିଲେ ମମତା ବାନାର୍ଜୀ। ଦୁର୍ଘଟଣା ସ୍ଥଳରେ ପହଂଚିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ଥିତି ସମୀକ୍ଷା କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ପ୍ରାୟ ୭ଟା ୧୫ ମିନିଟ୍‌ ସମୟରେ ବାହାନଗା ଷ୍ଟେସନ ନିକଟ ଦେଇ ହାୱଡାରୁ ଚେନ୍ନାଇ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ୍ ପାସ୍‌ କରୁଥିବା ବେଳେ କୌଣସି କାରଣରୁ ଏହା ଲାଇନ୍‌ ଚ୍ୟୁତ୍‌ ହୋଇ ପାଖରେ ଅନ୍ୟ ଲାଇନ୍‌ରେ ଠିଆ ହୋଇଥିବା ଦୁଇଟି ମାଲଗାଡ଼ି ସହ ଧକ୍କା ହୋଇଥିଲା। ଠିକ୍‌ ଏହି ସମୟରେ ଅନ୍ୟ ଏକ ଲାଇନ୍‌ ଦେଇ ଯଶବନ୍ତପୁର-ହାୱାଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍‌ର ଦ୍ରୁତଗତିରେ ପାସ୍ କରୁଥିଲା। ଏହି ଟ୍ରେନ୍‌ ଲାଇନ୍‌ ଉପରେ ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ୍‌ର ବଗି ପଡ଼ିବାରୁ ଯଶବନ୍ତପୁର-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ୍ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲା।

Leave A Reply

Your email address will not be published.