Odisha Link
Bridging the Missing Links in Odisha

ବାହାନଗା ରେଳ ଦୁର୍ଘଟଣା: ମୃତକଙ୍କୁ ଚିହ୍ନଟ କରିବା ପାଇଁ ଏମ୍ସ ଆସିବାକୁ ପରାମର୍ଶ

ମୃତକଙ୍କ ସମ୍ପର୍କୀୟଙ୍କୁ ଏମ୍ସ ଆସିବାକୁ ପରାମର୍ଶ ଦେଇଛନ୍ତି ପୂର୍ବତଟ ରେଲୱେ ବିଭାଗ।

ଓଏଲ୍‌ ବ୍ୟୁରୋ: ଗତ ଶୁକ୍ରବାର ଅର୍ଥାତ ଜୁନ୍‌ ୨ ଠିକ୍‌ ସନ୍ଧ୍ୟା ସମୟରେ ବାଲେଶ୍ବର ଜିଲ୍ଲା ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିଲା ଭୟଙ୍କର ଦୁର୍ଘଟଣା। ଯେଉଁଥିରେ ୨୮୮ ଜଣ ପ୍ରାଣ ହରାଇଥିବା ବେଳେ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଭୟଙ୍କର ଦୁର୍ଘଟଣା ଖବର ସାରା ବିଶ୍ୱବାସୀଙ୍କ ମନକୁ ଆନ୍ଦୋଳିତ କରିଦେଇଛି।

ବର୍ତମାନ ସୁଦ୍ଧା ଅନେକ ମୃତଦେହ ଚିହ୍ନଟ ହୋଇନଥିବାବେଳେ ମୃତଦେହ ଚିହ୍ନଟ ପାଇଁ ଏମ୍ସରେ ଆରମ୍ଭ ହୋଇଛି ଡିଏନ୍‌ଏ ଟେଷ୍ଟ ପ୍ରକ୍ରିୟା। ମୃତକଙ୍କ ସମ୍ପର୍କୀୟଙ୍କୁ ଭୁବନେଶ୍ୱର ଏମ୍ସ ଆସିବାକୁ ପରାମର୍ଶ ଦେଇଛନ୍ତି ପୂର୍ବତଟ ରେଲୱେ ବିଭାଗ। ମୃତଦେହ ଚିହ୍ନଟ ପାଇଁ ବର୍ତ୍ତମାନ ସୁଦ୍ଧା ୧୦ ପରିବାର ଦେଇଛନ୍ତି ନମୂନା। ଡିଏନ୍‌ଏ ଟେଷ୍ଟ ରିପୋର୍ଟ ଆସିବା ପରେ ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ପୂର୍ବରୁ ସମସ୍ତ ମୃତଦେହରୁ ନମୁନା ସଂଗ୍ରହ କରାଯାଇଛି। ମୃତଦେହଗୁଡିକ କଂଟେନରରେ ସଂରକ୍ଷିତ ହୋଇ ରହିଛି।

Leave A Reply

Your email address will not be published.