Odisha Link
Bridging the Missing Links in Odisha

WTC ଫାଇନାଲ: ଆଜି ମହାମୁକାବିଲା, ବିଶ୍ବ ବିଜେତା ହେବାକୁ ରୋହିତ ବାହିନୀର ଲକ୍ଷ୍ୟ

କଙ୍ଗାରୁବାହିନୀକୁ ମାତ୍‌ ଦେଇ ବିଶ୍ବ ବିଜେତା ହେବାକୁ ଲକ୍ଷ୍ୟ ରଖିଛି ରୋହିତ ବାହିନୀ।

ଓଏଲ୍‌ ବ୍ୟୁରୋ: ଆଜି ଦ୍ବିତୀୟ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲକୁ ନେଇ ଦୁଇ ଦଳ ମଧ୍ୟରେ ମୁକାବିଲା। ଏହି ମହାମୁକାବିଲା ପାଇଁ ମୈଦାନ ପ୍ରସ୍ତୁତ ଥିବାବେଳେ ଖେଳାଳି ବି ପ୍ରସ୍ତୁତ ରହିଛନ୍ତି। ବିଶ୍ବର ଦୁଇ ଶକ୍ତିଶାଳୀ କ୍ରିକେଟ ଦଳ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଏହି ମହାମୁକାବିଲା। ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ମୁକାବିଲା ପୂର୍ବରୁ ଭାରତୀୟ ଦଳ ସସେକ୍ସ କାଉଣ୍ଟି ଗ୍ରାଉଣ୍ଡରେ ଜୋରଦାର ପ୍ରସ୍ତୁତ କରିଥିଲା। କଙ୍ଗାରୁବାହିନୀକୁ ମାତ୍‌ ଦେଇ ବିଶ୍ବ ବିଜେତା ହେବାକୁ ଲକ୍ଷ୍ୟ ରଖିଛି ରୋହିତ ବାହିନୀ।

ମ୍ୟାଚ୍‌ ପୁର୍ବରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ରୋହିତ ଶର୍ମା କହିଛନ୍ତି, ମୋତେ ଭାରତୀୟ କ୍ରିକେଟ ଦଳକୁ ଆଗେଇ ନେବା ଏବଂ ଅଧିକରୁ ଅଧିକ ମ୍ୟାଚ ଜିତି ଚାମ୍ପିଅନ କରାଇବାର ଦାୟିତ୍ବ ମିଳିଛି। ଅଧିନାୟକ ଭାବେ ଗୋଟେ କିମ୍ବା ଦୁଇଟି ଆଇସିସି ଟ୍ରଫି ଭାରତକୁ ଦେବାକୁ ଚାହେଁ ବୋଲି ରୋହିତ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଚୂଡ଼ାନ୍ତ ଏକାଦଶରେ କେତେଜଣ ସ୍ପିନର ଖେଳିବେ ତାହା ଜୁନ ୭ରେ ଜଣାପଡ଼ିବ। ତେଣୁ ଦଳର ସମସ୍ତ ୧୫ ଖେଳାଳି ପ୍ରସ୍ତୁତ ରହିବା ଉଚିତ। ପ୍ରଥମଥର କୌଣସି ଆଇସିସିି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ରୋହିତ ଶର୍ମା ଦଳର ନେତୃତ୍ବ ନେଉଛନ୍ତି। ସେ କହିଛନ୍ତି ଏହି ମ୍ୟାଚକୁ ନେଇ ଆମେ ଅଧିକ ଚିନ୍ତା କରୁନୁ ଅଧିକ ଚିନ୍ତା କରି ନିଜ ଉପରେ ଚାପ ପକାଇବାକୁ ଚାହୁଁନୁ।

ଭାରତୀୟ ଦଳ:

ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଚେତେଶ୍ବର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନୀ, ଅକ୍ଷର ପଟେଲ, କେଏସ ଭରତ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଜୟଦେବ ଉନାଦକତ, ଉମେଶ ଯାଦବ, ଇଶାନ କିଷନ

ଷ୍ଟାଣ୍ଡବାଇ ଖେଳାଳି: ସୂର୍ଯ୍ୟକୁମାର ଯାଦବ, ମୁକେଶ କୁମାର, ୟଶସ୍ବୀ ଜୟସଓ୍ବାଲ

Leave A Reply

Your email address will not be published.