Odisha Link
Bridging the Missing Links in Odisha

WTC ଫାଇନାଲ: ପ୍ରଥମ ଇନିଂସରେ ୪୬୯ରନରେ ଅଲଆଉଟ୍‌ ହେଲା ଅଷ୍ଟ୍ରେଲିଆ, ସିରାଜଙ୍କୁ ୪ ଓ୍ବିକେଟ

ଓଏଲ୍‌ ବ୍ୟୁରୋ: ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ମୁକାବିଲର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ଅଲ୍‌ଆଉଟ୍। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୬୯ରେ ସମସ୍ତ ଓ୍ବିକେଟ ହରାଇଛି। ଷ୍ଟିଭ ସ୍ମିଥ ୧୨୧, ଟ୍ରାଭିସ ହେଡଙ୍କ ୧୬୩ ରନ ବଳରେ ବିଶାଳ ସ୍କୋର କରିବାରେ ସକ୍ଷମ ହୋଇଛି କଙ୍ଗାରୁ ବାହିନୀ। ଅନ୍ୟପଟେ ଭାରତ ପକ୍ଷରୁ ସର୍ବାଧିକ ଓ୍ବିକେଟ ମହମ୍ମଦ ସିରାଜ ନେଇଛନ୍ତି। ସେ ୪ଟି ଓ୍ବିକେଟ ନେଇଛନ୍ତି।

ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ। ଯାହାରିଫଳରେ ଗତକାଲି ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିଲା ଅଷ୍ଟ୍ରେଲିଆ। ତେବେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା କଙ୍ଗାରୁ ବାହିନୀ ମାତ୍ର ୩ ଓ୍ବିକେଟ ହରାଇ ୩୨୭ ରନ୍‌ କରିଥିଲା। ପ୍ରଥମ ଦିନ ଖେଳରେ ଟ୍ରାଭିସ ହେଡ୍‌ ଶତକୀୟ ଇନିଂସ ଖେଳିଥିବା ବେଳେ ଦ୍ବିତୀୟ ଦିନ ଆରମ୍ଭରୁ ଷ୍ଟିଭ ସ୍ମିଥ ମଧ୍ୟ ଶତକୀୟ ଇନିଂସ ଖେଳିଥିଲେ। ଯାହାରିଫଳରେ ଅଷ୍ଟ୍ରେଲିଆ ଦଳ ଦୃଢ଼ ସ୍ଥିତିରେ ଥିଲା। ହେଲେ ମହମ୍ମଦ ସିରାଜ ଓ ମହମ୍ମଦ ସାମିଙ୍କ ଶାଣିତ ବୋଲିଂ ପାଇଁ ଅଷ୍ଟ୍ରେଲିଆ ବିଶାଳ ସ୍କୋର କରିତବାରେ ସକ୍ଷମ ହୋଇପାରିନଥିଲା। ୪୬୯କୁ ପିଛା କରି ଭାରତୀୟ ଦଳ ତାର ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିବ।

ଟିମ୍‌ ଇଣ୍ଡିଆ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୪ଟି ଓ୍ବିକେଟ ନେଇଥିବା ବେଳେ ମହମ୍ମଦ ସାମି ଓ ଶାର୍ଦ୍ଦୁଲ ଠାକୁର ୨ଟି ଲେଖାଏଁ ଓ୍ବିକେଟ ନେଇଛନ୍ତି । ସେହିପରି ଜାଡେଜାଙ୍କୁ ଗୋଟିଏ ଓ୍ବିକେଟ ମିଳିଛି।

Leave A Reply

Your email address will not be published.