Odisha Link
Bridging the Missing Links in Odisha

ବାହାନଗା ରେଳ ଦୁର୍ଘଟଣା: ଏକାଦଶାହ ପାଳନ କରୁଛନ୍ତି ସ୍ଥାନୀୟ ଲୋକେ

ବିଶ୍ୱଶାନ୍ତି ମହାଯଜ୍ଞ, ଅଷ୍ଟପ୍ରହରୀର କରାଯାଇଛି ଆୟୋଜନ

ଓଏଲ୍‌ ବ୍ୟୁରୋ: ଆଜି ବାହାନଗା ରେଳ ଦୁର୍ଘଟଣାକୁ ୧୧ ଦିନ। ଏହି ଭୟଙ୍କର ଦୁର୍ଘଟଣା ଖବର ସାରା ବିଶ୍ୱବାସୀଙ୍କ ମନକୁ ଆନ୍ଦୋଳିତ କରିଦେଇଛି। ବାଲେଶ୍ୱରରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାର କାରଣ କଣ ହୋଇପାରେ ଏନେଇ ପ୍ରଶ୍ନ ସୃଷ୍ଟି ହେଉଥିବାବେଳେ ତଦନ୍ତ ଦାଇତ୍ୱ ସିବିଆଇ ଟିମ୍ କୁ ଦିଆଯାଇଛି। ଏହା ସହ ବାହାନଗା ରେଳ ଦୁର୍ଘଟଣା ପରେ ଆଜି ଏକାଦଶାହ ପାଳନ କରୁଛନ୍ତି ସ୍ଥାନୀୟ ଲୋକେ। ବିଶ୍ୱଶାନ୍ତି ମହାଯଜ୍ଞ, ଅଷ୍ଟପ୍ରହରୀର କରାଯାଇଛି ଆୟୋଜନ। ବେଦ, ମନ୍ତ୍ରପାଠରେ କମ୍ପୁଛି ପୁରା ଅଞ୍ଚଳ।

ଖବର ଅନୁସାରେ, ଗତ ଶୁକ୍ରବାର ଅର୍ଥାତ ଜୁନ୍‌ ୨ ଠିକ୍‌ ସନ୍ଧ୍ୟା ସମୟରେ ବାଲେଶ୍ବର ଜିଲ୍ଲା ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିଲା ଭୟଙ୍କର ଦୁର୍ଘଟଣା। ଯେଉଁଥିରେ ୨୮୮ ଜଣ ପ୍ରାଣ ହରାଇଥିବା ବେଳେ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ତଦନ୍ତ କରୁଛି ସିବିଆଇ। ରେଳ ବିଭାଗର ୫ କର୍ମଚାରୀଙ୍କୁ ସିବିଆଇର ଜେରା। ଷ୍ଟେସନ ମାଷ୍ଟର, ବାହାନଗା ଓ ସୋରର ୨ ଟେକ୍ନିସିଆନ। ସିଗ୍ନାଲ ଜେଇ ଓ ସିଗ୍ନାଲ ଇନ୍‌ଚାର୍ଜଙ୍କୁ ପଚରାଉଚରା କରୁଛନ୍ତି ସିବିଆଇ ଟିମ।

Leave A Reply

Your email address will not be published.