Odisha Link
Bridging the Missing Links in Odisha

ତାତିରେ ଲାଗିଲା ବ୍ରେକ୍, ରାଜ୍ୟର ବିଭିନ୍ନ ଜିଲ୍ଲାରେ ମେଘାଚ୍ଛନ୍ନ ଆକାଶ

ହଠାତ୍ ବର୍ଷା ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ଦେଇଛି

ଓଏଲ୍‌ ବ୍ୟୁରୋ: ତାତିରେ ଲାଗିଲା ବ୍ରେକ୍। ପ୍ରବଳ ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟବାସୀ ଆଉଟୁପାଉଟୁ ହେଉଥିବାବେଳେ ଅଚାନକ ବର୍ଷା ସମସ୍ତଙ୍କୁ ଆଶ୍ୱସ୍ତି ଦେଇଛି। ଏଯାଏଁ ମୌସୁମୀ ଓଡ଼ିଶାରେ ପ୍ରବେଶ କରିନଥିବାରୁ ଚାଷକାର୍ଯ୍ୟ ପାଇଁ ଚାଷୀମାନେ ବ୍ୟସ୍ତ ହୋଇପଡ଼ିଛନ୍ତି। ତେବେ ହଠାତ୍ ବର୍ଷା ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ଦେଇଛି।

ଅନ୍ୟପଟେ, ଗତକାଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅଂଶୁଘାତ ଜନିତ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିଲା। ୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିଲା। ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବୋଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ କେନ୍ଦ୍ର।

Leave A Reply

Your email address will not be published.