Odisha Link
Bridging the Missing Links in Odisha

‘ୟେଲୋ ୱାର୍ଣ୍ଣିଂ ସତ୍ତ୍ବେ ଛାତ୍ରଛାତ୍ରୀଙ୍କୁ ସଚିବଙ୍କ ସହ ଭେଟିବା ବ୍ୟବସ୍ଥା ହୋଇଛି, ଏହା ଚିନ୍ତାଜନକ’

ସିଏମ୍‌ଙ୍କ ଅଜାଣତରେ ହେଉଥିଲେ ଏହା ଘାତକ ପୂଜାରୀ।

ଓଏଲ୍‌ ବ୍ୟୁରୋ: ବରଗଡ଼ ଗସ୍ତରେ ଯାଇଛନ୍ତି ୫-ଟି ସଚିବ। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ୫-ଟି ସଚିବଙ୍କ ବରଗଡ଼ ଗସ୍ତକୁ ନେଇ ସୁରେଶ ପୂଜାରୀ କହିଛନ୍ତି ସୁପର ସିଏମ୍‌ ଭଳି ବ୍ୟବହାର କରୁଛନ୍ତି। ଶାସକ ଦଳର ମନ୍ତ୍ରୀ ଓ ବିଧାୟକ ସଚିବଙ୍କ କାର୍ଯ୍ୟକ୍ରମ ତଦାରଖ କରୁଛନ୍ତି। ୨୦ ହଜାର ସ୍କୁଲ ଛାତ୍ରଛାତ୍ରୀଙ୍କୁ ସଚିବଙ୍କ ସହ ଭେଟିବା ବ୍ୟବସ୍ଥା ହୋଇଛି। ୟେଲୋ ୱାର୍ଣ୍ଣିଂ ସତ୍ତ୍ବେ ପ୍ରଶାସନ ଏଭଳି ବ୍ୟବସ୍ଥା କରିଛି। ସିଏମ୍‌ଙ୍କ ନିର୍ଦ୍ଦେଶରେ ହୋଇଥିଲେ ଏହା ଚିନ୍ତାଜନକ। ସିଏମ୍‌ଙ୍କ ଅଜାଣତରେ ହେଉଥିଲେ ଏହା ଘାତକ ବୋଲି କହିଛନ୍ତି ସୁରେଶ ପୂଜାରୀ।

ଅନ୍ୟପଟେ, ପିଏମ୍ ଆବାସ ଦୁର୍ନୀତିର ସିବିଆଇ ତଦନ୍ତ ଦାବି କଲା ବିଜେପି। ପ୍ରେସମିଟ୍‌ରେ ଦାବି କଲେ ସା. ସଂପାଦକ ପୃଥ୍ବୀରାଜ ହରିଚନ୍ଦନ। ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖନ୍ତୁ କହିଲେ ପୃଥ୍ୱୀରାଜ। ପିଏମ୍ ଆବାସ ବଣ୍ଟନ ପାଇଁ ବିଜେଡି ଟଙ୍କା ଆଦାୟ କରୁଛି। ଲୋକଙ୍କ ଠାରୁ ୨୦ରୁ ୨୫ ହଜାର ଟଙ୍କା ଚାନ୍ଦା ଆଦାୟ କରୁଛି। ରାଜନୀତି କାରଣରୁ ବଞ୍ଚିତ ଲୋକଙ୍କୁ ତୁରନ୍ତ ପକ୍କା ଘର ଦିଅନ୍ତୁ। ମାସେ ଭିତରେ ନ ଦେଲେ ସବୁ ବ୍ଲକରେ ଆନ୍ଦୋଳନ କରିବ ବିଜେପି ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ।

Leave A Reply

Your email address will not be published.