Odisha Link
Bridging the Missing Links in Odisha

ଗିରଫ ପରେ ଚାକିରିରୁ ବିଦା ହେଲେ ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ

ଖୋଲୁଛି ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ କଳା ଟଙ୍କାର ଗୁମର।

ଓଏଲ୍‌ ବ୍ୟୁରୋ: ଚାକିରିରୁ ବିଦା ହେଲେ ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ। ପ୍ରଶାନ୍ତ ରାଉତଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ହେଲେ ରାଜ୍ୟ ସରକାର। ୨ ଦିନ ତଳେ ପ୍ରଶାନ୍ତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିଲେ ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ। ପ୍ରଶାନ୍ତଙ୍କ ଘରୁ ନଗଦ ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମିଳିଥିଲା। ଗିରଫ ପରେ ଖୋଲୁଛି ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ କଳା ଟଙ୍କାର ଗୁମର। ପଥର ଓ ବାଲି ମାଫିଆଙ୍କୁ ଅନୁକମ୍ପା ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିଲେ ପ୍ରଶାନ୍ତ ରାଉତ।

ସୂଚନା ଅନୁସାରେ, ଭିଜିଲାନ୍ସ ଜାଲରେ ପଡିଥିବା ନବରଙ୍ଗପୁର ଉପଜିଲ୍ଲାପାଳ ହେଉଛନ୍ତି ପ୍ରଶାନ୍ତ କୁମାର ରାଉତ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଥିଲା ଏହି ରେଡ୍। ଭଦ୍ରକରେ ନିଜ ବାସ ଭବନ ଓ ଭୁବନେଶ୍ୱର ସ୍ଥିତ କାନନ ବିହାରର ଏକ ଘରେ ରେଡ଼ ଚାଲିଥିଲା। ରେଡ ସମୟରେ ପଡ଼ୋଶୀଙ୍କ ଘରୁ ପେଟି ପେଟି ଟଙ୍କା ଜବତ ହୋଇଥିଲା। ୫୦୦ ଟଙ୍କିଆ ନୋଟ ଭର୍ତ୍ତି ପେଟି ଜବତ ହୋଇଥିଲା।

Leave A Reply

Your email address will not be published.