Odisha Link
Bridging the Missing Links in Odisha

ବିଶ୍ଵକପ୍ ୨୦୨୩: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ପାକିସ୍ତାନ ମହାମୁକାବିଲା

ଅକ୍ଟୋବର ୮ରେ ଭାରତ ଆରମ୍ଭ କରିବ ନିଜର ଇନିଙ୍ଗ୍ସ୍।

ଓଏଲ୍‌ ବ୍ୟୁରୋ: ଆରମ୍ଭ ହେଲାଣି କାଉଣ୍ଟଡାଉନ୍। ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ଵକପ୍ ୨୦୨୩। ଚଳିତ ବର୍ଷ ଆଇସିସି ଦିନିକିଆ ବିଶ୍ୱକପ ଭାରତରେ ଆୟୋଜିତ ହେବ। ବିଶ୍ୱକପର ଖେଳସୂଚୀ ବର୍ତ୍ତମାନ ପ୍ରକାଶ ପାଇଛି। ଅକ୍ଟୋବର ୫ରୁ ବିଶ୍ଵକପ ଆରମ୍ଭ ହେବାକୁ ଥିବାବେଳେ ଅକ୍ଟୋବର ୮ରେ ଭାରତ ଆରମ୍ଭ କରିବ ନିଜର ଇନିଙ୍ଗ୍ସ୍।

ବିଶ୍ବର ଦୁଇ ଶକ୍ତିଶାଳୀ କ୍ରିକେଟ ଦଳ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅକ୍ଟୋବର ୮ରେ ଖେଳାଯିବ ଏହି ମହାମୁକାବିଲା। ଏହାସହ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ଭାରତ-ପାକିସ୍ତାନ ମ୍ୟାଚ। ୧୫ ଅକ୍ଟୋବରରେ ଭାରତ-ପାକିସ୍ତାନ ମହାମୁକାବିଲା। ଉଦଘାଟନୀ ମ୍ୟାଚ ଖେଳିବେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ।

ଅନ୍ୟପଟେ, ଭାରତରେ ଖେଳାଯିବାକୁ ଥିବା ବିଶ୍ବକପ୍‌ ମୋଟ ୧୨ଟି ପଡ଼ିଆରେ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ। ଏହାବ୍ୟତୀତ କୋଲକାତାର ଇଡେନ୍ ଗାର୍ଡେନ୍ ଏବଂ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ସେମିଫାଇନାଲ ମ୍ୟାଚ୍ ଖେଳାଯିବ ବୋଲି ଜଣାପଡ଼ିଛି।

ଅହମ୍ମଦାବାଦ ବ୍ୟତୀତ ଦିଲ୍ଲୀ, ବାଙ୍ଗାଲୋର, ମୁମ୍ବାଇ, କୋଲକାତା, ଚେନ୍ନାଇ, ହାଇଦ୍ରାବାଦ, ଧର୍ମଶାଳା, ଲକ୍ଷ୍ନୌ, ପୁଣେ, ତ୍ରିଭେନ୍ଦ୍ରମ ଏବଂ ଗୌହାଟୀରେ ବିଶ୍ବକପର ମ୍ୟାଚ୍ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ କୋଲକାତାର ଇଡେନ୍ ଗାର୍ଡେନ୍ ଏବଂ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିଶ୍ୱକପ୍ ଫାଇନାଲ୍ ଖେଳାଯିବ। କିନ୍ତୁ ଓଡ଼ିଶାର କଟକର ବାରବାଟୀ ଷ୍ଟାଡିୟମରେ କୌଣସି ମ୍ୟାଚ ରଖାଯାଇନାହିଁ।

ସୋମବାର ସଂପୃକ୍ତ ରାଜ୍ୟର ବିସିସିଆଇ ଅଧିକାରୀ ଓ କ୍ରିକେଟ ଆସୋସିଏସନ୍ ସହ ଏକ ଅନୌପଚାରିକ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଏହି ବୈଠକରେ ଆଇସିସି ନିୟମ ବ୍ୟତୀତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ପ୍ରକାଶ ପାଇଥିବା ଖେଳ ସୂଚୀ ଅନୁସାରେ, ବିଶ୍ବକପ କ୍ରିକେଟ ଆସନ୍ତା ଅକ୍ଟୋବର ୫ରେ ଆରମ୍ଭ ହୋଇ ନଭେମ୍ବର ୧୯ରେ ଖେଳାଯିବ ଏହାର ଫାଇନାଲ।

Leave A Reply

Your email address will not be published.