Odisha Link
Bridging the Missing Links in Odisha

୫-ଟି ସଚିବଙ୍କ ଗସ୍ତକୁ ନେଇ କେନ୍ଦ୍ରକୁ ଚିଠି ଲେଖିଲେ ବରିଷ୍ଠ କଂଗ୍ରେସ ନେତା

ସର୍ବଭାରତୀୟ ସର୍ଭିସ କଣ୍ଡକ୍ଟ ରୁଲ୍ ଉଲ୍ଲଂଘନ ହେଉଥିବା ଫେରାଦ।

ଓଏଲ୍‌ ବ୍ୟୁରୋ: ଗଡ଼ୁଛି ଦିନ ଆଉ ବଢୁଛି ରାଜନୈତିକ ଅଙ୍କକଷା। ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଏସବୁ ମଧ୍ୟରେ ୫-ଟି ସଚିବଙ୍କ ନାଁରେ କେନ୍ଦ୍ରକୁ ଫେରାଦ ହେଲେ ବିଜୟ ପଟ୍ଟନାୟକ। ସର୍ବଭାରତୀୟ ସର୍ଭିସ କଣ୍ଡକ୍ଟ ରୁଲ୍ ଉଲ୍ଲଂଘନ ହେଉଥିବା ଫେରାଦ। କେନ୍ଦ୍ରକୁ ଚିଠି ଲେଖିଲେ ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ। ବିଜୟ ପଟ୍ଟନାୟକ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ସଚିବଙ୍କୁ ଚିଠି ଲେଖିଲେ।

ସଚିବ ଆଇଏଏସ କଣ୍ଡକ୍ଟ ରୁଲର ଉଲ୍ଲଂଘନ କରୁଛନ୍ତି। ତାଙ୍କ ଗସ୍ତକୁ ନେଇ ତୁରନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ ଦାବି ଜଣାଇଛନ୍ତି ବିଜୟ ପଟ୍ଟନାୟକ। ଚିଠିରେ ନିୟମ ଉଲ୍ଲଂଘନର ଏକାଧିକ ଉଦାହରଣ ଦେଲେ ବିଜୟ। ପାରଳାଖେମୁଣ୍ଡିରେ ଦଳୀୟ ଚିହ୍ନ ସହ ସଚିବଙ୍କ ହୋଡିଂ ଲାଗିଥିବା ଜଣାଇଲେ ବିଜୟ ପଟ୍ଟନାୟକ।

ସୂଚନା ଅନୁସାରେ, ପ୍ରେସମିଟ ମାଧ୍ୟମରେ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଥିଲେ, ଜଣେ ସଚିବସ୍ତରୀୟ ଅଧିକାରୀ ଶାସନ ବ୍ୟବସ୍ଥା ହାଇଜାକ୍ କରିଛନ୍ତି। ସରକାରୀ ଚାକିରି କରିବ, ସରକାରଙ୍କଠାରୁ ଦରମା ନେଇ ରାଜନୀତି କରିବ। ଯଦି ରାଜନୀତି କରିବାକୁ ଇଚ୍ଛା, ଚାକିରି ଛାଡ଼ି ମଇଦାନକୁ ଓହ୍ଲାନ୍ତୁ। ରାଜ୍ୟରେ ବିଚିତ୍ର ଶାସନ ବ୍ୟବସ୍ଥା ଚାଲିଛି। ଆମମାନଙ୍କ କାମ ଲୋକଙ୍କ ପାଖକୁ ଯିବା, ସମସ୍ୟା ବୁଝିବା, ହେଲେ ଏହି କାମ ସଚିବ କରୁଛନ୍ତି।

ଜଣେ ସଚିବସ୍ତରୀୟ ଅଧିକାରୀଙ୍କ ଗସ୍ତ ପୂର୍ବରୁ ୨/୩ ମନ୍ତ୍ରୀ ସେଠିକୁ ଯାଇ ବ୍ୟବସ୍ଥା କରୁଛନ୍ତି। ମିଟିଂ ବେଳକୁ କେବଳ ସେହି ଅଧିକାରୀ ରହୁଛନ୍ତି, ଆଉ କେହି ଦିଶୁନାହାନ୍ତି। ମନ୍ତ୍ରୀ, ବିଧାୟକଙ୍କୁ ଦାସତ୍ବ ସ୍ବୀକାର କରିବାକୁ ପଡୁଛି। ବିଧାୟକ, ମନ୍ତ୍ରୀମାନଙ୍କ ପ୍ରତି ମୋର ଗଭୀର ସହାନୁଭୂତି ରହିଛି। ଏହା ସେମାନଙ୍କ ଆତ୍ମସମ୍ମାନର ପ୍ରଶ୍ନ, ଆମ ସମସ୍ତଙ୍କ ସମ୍ମାନର ପ୍ରଶ୍ନ। ସଂପୃକ୍ତ ସଚିବ ଯୁଆଡ଼େ ଯାଉଛନ୍ତି, ତାଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ହେଉଛି। ତାଙ୍କ ଉପରେ ଫୁଲ ପକାଯିବା, ପାଦ ଧୋଇବା ଫଟୋ ଆସୁଛି। ଓଡ଼ିଶା ଅନୁଶାସନ ପ୍ରିୟ ରାଜ୍ୟ, ଏଠି ଏହା ଚାଲିବନି ବୋଲି କହିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ।

Leave A Reply

Your email address will not be published.