Odisha Link
Bridging the Missing Links in Odisha

ନ୍ୟାସ୍‌ନାଲ୍‌ ଗେମ୍ସରେ ପ୍ରତିନିଧିତ୍ୱ କରିବେ ସୋଆର ଫ୍ୟାକଲ୍ଟି ଓ ଦୁଇ ଛାତ୍ରୀ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଜଣେ ଫ୍ୟାକଲ୍ଟି ଓ ଦୁଇ ଜଣ ଛାତ୍ରୀ ଆସନ୍ତା ଅକ୍ଟୋବର ୨୫ରୁ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଗୋଆ ଠାରେ ଆୟୋଜିତ ହେବାକୁ ଥିବା ୩୭ତମ ନ୍ୟାସ୍‌ନାଲ୍‌ ଗେମ୍ସରେ ମିନି ଗଲ୍ଫ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବେ। ଏହି ଆଥଲେଟ୍‌ମାନେ ହେଲେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନିକାଲ୍‌ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂ ବିଭାଗର ଆସିଷ୍ଟାଂଟ ପ୍ରଫେସର ସ୍ମୁତିରେଖା ପଟ୍ଟନାୟକ ଏବଂ ସୋଆ ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲ (ସ୍ନିଲ୍‌)ର ବିବିଏ ଏଲଏଲ୍‌ବି (ଅନର୍ସ)ର ତୃତୀୟ ବର୍ଷର ଦୁଇ ଜଣ ଛାତ୍ରୀ ଅମ୍ରିତା ଦାସ ଓ ଆଦ୍ୟାଶା ମିଶ୍ର।

ଏହି ପରିପ୍ରେକ୍ଷୀରେ ୩ ଜଣ ଖେଳାଳୀ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କୁ ସାକ୍ଷାତ କରିଥିବା ବେଳେ ସେ ପ୍ରତିଯୋଗିତାରେ ସେମାନଙ୍କର ସଫଳତା କାମନା କରଥିଲ। କୁଳପତିଙ୍କ ସାକ୍ଷାତ କରିବା ସମୟରେ ଓଡ଼ିଶା ମିନି ଗଲ୍ଫ ଆସୋସିଏସନ୍‌ର କନ୍‌ସଲଟାଂଟ ପ୍ରସନଜୀତ ପତି ଏବଂ ସୋଆର ସ୍ପୋର୍ଟ୍ସ ଅଫିସର ସୁନୀତା ବର୍ମା ମଧ୍ୟ ଉପସ୍ଥିତ ଥିଲେ। ପ୍ରଥମ ଥର ପାଇଁ ନ୍ୟାସ୍‌ନାଲ୍‌ ଗେମ୍ସରେ ମିନି ଗଲ୍ଫକୁ ଅନ୍ତର୍ଭୁକ୍ତ କରାଯାଇଛି।

Leave A Reply

Your email address will not be published.