୫ ସେକେଣ୍ଡ ପୂର୍ବରୁ ଗଗନୟାନ ମିଶନ ପରୀକ୍ଷଣ ସ୍ଥଗିତ

ଓଏଲ୍ ବ୍ୟୁରୋ: ସ୍ଥଗିତ ହେଲା ଗଗନୟାନ ମିଶନର ଉତକ୍ଷେପଣ। ମାତ୍ର ୫ ସେକେଣ୍ଡ ପୂର୍ବରୁ ଗଗନୟାନ ମିଶନର ଟ୍ରାଏଲ ଉତକ୍ଷେପଣକୁ ସ୍ଥଗିତ ରଖିଲା ଇସ୍ରୋ।ପରବର୍ତ୍ତୀ ସମୟରେ କେବେ ଉତ୍କ୍ଷେପଣ ହେବ ତାହା ସ୍ଥିର କରାଯିବ ବୋଲି ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ସୂଚନା ଦେଇଛନ୍ତି।
ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଆଜି ପୂର୍ବାହ୍ନ ୮ଟା୩୦ରେ ଗଗନୟାନର ପ୍ରଥମ ଟେଷ୍ଟ ଫ୍ଲାଇଟ୍ ଉତ୍କ୍ଷେପଣ କରାଯିବା ନିମନ୍ତେ ସମୟ ଧାର୍ଯ୍ୟ ହୋଇଥିଲା। ଠିକ୍ ସମୟରେ ବୈଷୟିକ ତ୍ରୁଟି ଦେଖା ଯାଇଥିଲା। ଏଣୁ ୫ ସେକେଣ୍ଡ ପୂର୍ବରୁ ଉତକ୍ଷେପଣକୁ ସ୍ଥଗିତ ରଖାଯାଇଥିବା ଇସ୍ରୋ ମୁଖ୍ୟ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଆଜି ଗଗନୟାନ ମିଶନର ଅଂଶ ଭାବେ ‘କ୍ରିଉ ମଡ୍ୟୁଲ’ ପରୀକ୍ଷା କରାଯାଇଥାନ୍ତା। କ୍ରିଉ ମଡ୍ୟୁଲ ଯେଉଁଥିରେ ତିନି ଜଣ ମଣିଷ ମହାକଶକୁ ଯିବା ପାଇଁ ନିର୍ମାଣ କରାଯାଇଛି। ତେବେ ପୃଥିବୀ ପୃଷ୍ଠରୁ ଉତକ୍ଷେପଣ ପରେ କ୍ରିଉ ମଡ୍ୟୁଲ ରକେଟରୁ ଅଲଗା ହେବ ଏବଂ ୧୭ କିଲୋମିଟର ଉଚ୍ଚରୁ ପ୍ୟାରାଚ୍ୟୁଟ ସାହାଯ୍ୟରେ ଏହି କ୍ରିଉ ମଡ୍ୟୁଲ ତଳକୁ ଖସିବ। କ୍ରିଉ ମଡ୍ୟୁଲ ଭିତରେ ପୃଥିବୀ ବୟୁମଣ୍ତଳ ଭଳି ପରିବେଶ ମଧ୍ୟ ରହିବ। ତେବେ ଏହା ସଫଳ ହେବା ପରେ ଆଗାମୀ ଦିନରେ କ୍ରିଉ ମଡ୍ୟୁଲ ସାହଯ୍ୟରେ ଚନ୍ଦ୍ର ଅବା ଅନ୍ୟ ଗ୍ରହକୁ ମଣିଷ ପଠାଇ ପୁଣି ଫେରାଇ ଆଣିପାରିବ।