Odisha Link
Bridging the Missing Links in Odisha

ପାରା ଏସୀୟ କ୍ରୀଡ଼ାରେ ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ସ୍ୱର୍ଣ୍ଣ

ଓଏଲ୍‌ ବ୍ୟୁରୋ: ପାରା ଏସିଆନ୍‌ କ୍ରୀଡ଼ାରେ ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କ କମାଲ। ପାରା ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ବର୍ଣ୍ଣ ପଦକ ଜିତିଲେ ପ୍ରମୋଦ ଭଗତ। ନିଜ ବନ୍ଧୁ ତଥା ଭାରତର ନିତେଶ କୁମାରଙ୍କୁ ଫାଇନାଲରେ ହରାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି।

ବ୍ୟାଡମିଣ୍ଟନ ଏକକ ଫାଇନାଲରେ ନିଜ ଦେଶର ନିତେଶ କୁମାରଙ୍କୁ ୨୨-୨୦,୧୮-୨୧,୨୧-୧୯ ରେ ପରାଜିତ କରି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ୨୦୧୮ ପାରା ଏସୀୟ କ୍ରୀଡ଼ାରେ ବି ସ୍ବର୍ଣ୍ଣ ଜିତିଥିଲେ ପ୍ରମୋଦ। ପ୍ରମୋଦ ଭଗତ ଆଗରୁ ମିଶ୍ରିତ ଯୁଗଳ ରେ କାଂସ୍ୟ ଓ ଯୁଗଳ ରେ ମଧ୍ଯ କାଂସ୍ୟ ପଦକ ହାସଲ କରିଥିଲେ। ପ୍ରଥମ ଥର ପାଇଁ ୩ ଟି ପଦକ ହାସଲ କରିଛନ୍ତି ଏସିଆନ ଗେମ୍ସରେ ପ୍ରମୋଦ।

ପାରା ଏସିଆନ୍‌ କ୍ରୀଡ଼ା ୨୦୧୦ରେ ଏକକ ଓ ଯୁଗଳ ରେ ଭାଗ ନେଇଥିଲେ ମଧ୍ୟ କୌଣସି ସଫଳତା ତାଙ୍କୁ ମିଳିନଥିଲା। ୨୦୧୪ ପାରା ଏସିଆନ୍‌ କ୍ରୀଡ଼ାରେ ଏକକ ଓ ଯୁଗଳ ରେ ଭାଗ ନେଇଥିଲେ କିନ୍ତୁ କେବଳ ଏକକ ରେ କାଂସ୍ୟ ପଦକ ହାସଲ କରିଥିଲେ। ୨୦୧୮ ପାରା ଏସିଆନ୍‌ କ୍ରୀଡ଼ାରେ ଏକକ ଓ ଯୁଗଳ ରେ ଭାଗ ନେଇଥିଲେ ଏକକ ରେ ସ୍ୱର୍ଣ୍ଣ ଓ ଯୁଗଳରେ କାଂସ୍ୟ ପଦକ ହାସଲ କରିଥିଲେ।
୨୦୨୨ ପାରା ଏସିଆନ୍‌ କ୍ରୀଡ଼ାରେ ଏକକ, ଯୁଗଳ ଓ ମିଶ୍ରିତ ଯୁଗଳ ରେ ଭାଗ ନେଇଛନ୍ତି ଓ ସେ ମିଶ୍ରିତ ଯୁଗଳ ରେ କାଂସ୍ୟ, ଯୁଗଳ ରେ କାଂସ୍ୟ ଓ ଏକକ ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

Leave A Reply

Your email address will not be published.