Odisha Link
Bridging the Missing Links in Odisha

ଛତିଶଗଡ଼ରେ ନିର୍ବାଚନୀ ହିଂସା: ୩ ଯବାନ ଗୁରୁତର

ଓଏଲ୍‌ ବ୍ୟୁରୋ: ସକାଳ ୭ଟାରୁ ଆରମ୍ଭ ହୋଇଛି ଛତିଶଗଡ଼ ଓ ମିଜୋରାମ ବିଧାନସଭା ନିର୍ବାଚନ। ଛତିଶଗଡ଼ର ୨୦ଟି ଆସନରେ ମତଦାନ ଚାଲିଥିବା ବେଳେ ମିଜୋରାମର ୪୦ଟି ଆସନରେ ମତଦାନ ହେଉଛି। ଏଥିପାଇଁ ଉଭୟ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ସବୁଠୁ ବଡ଼କଥା ହେଲା କି ମତଦାନ ଆରମ୍ଭ ହେଉ ହେଉ ଛତିଶଗଡ଼ର ସୁକମାରେ ଆଇଇଡି ବ୍ଲାଷ୍ଟ ହୋଇ ଜଣେ ସିଆରପିଏଫ ଯବାନ ଆହତ ହୋଇଥିଲେ। ନିର୍ବାଚନୀ ଡ୍ୟୁଟିରେ ମୁତୟନ ଜଣେ ସିଆରପିଏଫ ଯବାନ ଆହତ ହୋଇଛନ୍ତି। ସୁକମା ଜିଲ୍ଲା ତୋଣ୍ଡମାରକା କ୍ୟାମ୍ପରେ ପାଟ୍ରୋଲିଂ ବେଳେ ବିସ୍ଫୋରଣ ହୋଇଛି।

ବର୍ତ୍ତମାନ ଯବାନ-ମାଓବାଦୀ ଗୁଳିବିନିମୟ ସମୟରେ ୩ ଯବାନ ଗୁରୁତର ହୋଇଛନ୍ତି। ଛତିଶଗଡ଼ ସୁକମା ଜିଲ୍ଲା ମିନତା ଜଙ୍ଗଲରେ ଗୁଳିବିନିମୟ ହୋଇଛି। କୋବ୍ରା ୨୦୬ ବାଟାଲିୟନ୍‌ର ୩ ଯବାନ ଗୁରୁତର ହୋଇଛନ୍ତି। ୩ ଯବାନ ଭୋଟ୍‌ ପାଇଁ ପୋଲିଂ ବୁଥ୍‌ ସୁରକ୍ଷା ଦାୟିତ୍ବରେ ଥିଲେ। ନାରାୟଣପୁର ଜିଲ୍ଲା ଅର୍ଛାରେ ମଧ୍ୟ ଗୁଳିବିନିମୟଚାଇଥିବାବେଳେ ମାଓବାଦୀଙ୍କ ଛତ୍ରଭଙ୍ଗ ହୋଇଛି।

Leave A Reply

Your email address will not be published.