Odisha Link
Bridging the Missing Links in Odisha

ଚର୍ଚ୍ଚାରେ ବିଜେପିର ୩୬ ଜଣିଆ ଜିଲ୍ଲା ସଭାପତି ତାଲିକା, ମାତ୍ର ୫ ଜିଲ୍ଲାରେ ବଦଳିଲେ

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳକୁ ସଜାଡ଼ି ଲାଗିବାରେ ଲାଗିଛି ଓଡ଼ିଶା ବିଜେପି। ନିର୍ବାଚନ ପୂର୍ବରୁ ୩୬ଟି ସାଙ୍ଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିଛି ଦଳ। ବିଜେପି ରାଜ୍ୟ ସଭାପତି ଦାୟିତ୍ୱ ନେବା ପରେ ମନମୋହନ ସାମଲଙ୍କ ଅନୁମୋଦନରେ ଏହି ଜିଲ୍ଲା ସଭାପତି ତାଲିକା ଜାରି ହୋଇଛି।

ପ୍ରକାଶ ପାଇଥିବା ତାଲିକାରେ ଦେଗଡ଼, ମାଲକାନଗିରି, ନୟାଗଡ଼, ଗଞ୍ଜାମ ଓ ରାଇରଙ୍ଗପୁର ଭଳି ସାଙ୍ଗଠନିକ ଜିଲ୍ଲାରେ ସଭାପତି ପରିବର୍ତ୍ତନ ହୋଇଛନ୍ତି। ଆଉ ସବୁ ବାକି ଜିଲ୍ଲା ଗୁଡ଼ିକରେ ପୂର୍ବରୁ ଥିବା ସଭାପତି ପୁନଃ ନିଯୁକ୍ତ ହୋଇଛନ୍ତି। ଯେଉଁ ସବୁ ସାଙ୍ଗଠନିକ ଜିଲ୍ଲାରେ ବିବାଦ ଦେଖିବାକୁ ମିଳିଥିଲା ସେହି ସବୁ ସ୍ଥାନରେ ସଭାପତି ବଦଳିଛନ୍ତି।

ବିଜେପି ପକ୍ଷରୁ ଜାରି ତାଲିକା ଅନୁସାରେ, ଦେବଗଡ଼ ଜିଲ୍ଲା ସଭାପତି ଭାବେ ଅରୁଣ କୁମାର ସାହୁ, ମାଲକାନଗିରିରେ ନିମାଇଁ ପାଲ, ନୟାଗଡ଼ରେ ତାପସ ରଞ୍ଜନ ମାର୍ଥା,ଗଂଜାମରେ ସୁବାଷ ସାହୁ ଓ ରାଇରଙ୍ଗପୁରରେ କୃପାସିନ୍ଧୁ ମହନ୍ତଙ୍କୁ ନିଯୁକ୍ତି ଦିଆଯାଇଛି । ଝାରସୁଗୁଡ଼ାରେ ନିକଟରେ ନିଯୁକ୍ତି ପାଇଥିବା ସୁନୀଲ ପଣ୍ଡାଙ୍କ ନିଜ ସ୍ଥାନ ବଜାୟ ରଖିଛନ୍ତି । ସେହିପରି ଅନୁଗୁଳ – ଦିଲେଶ୍ୱର ପ୍ରଧାନ, ବାଲେଶ୍ୱର – ଉମାକାନ୍ତ ମହାପାତ୍ର, ବରଗଡ଼ – ଅଶି୍ୱନୀ କୁମାର ଷଡ଼ଙ୍ଗୀ, ଭଦ୍ରକ – ହେମନ୍ତ ପାଢ଼ୀ, ଭୁବନେଶ୍ୱର – ବାବୁ ସିଂ, ବଲାଙ୍ଗୀର – ଶିବାଜୀ ମହାନ୍ତି, ବୌଦ୍ଧ – ବିପ୍ର ଚରଣ ମହାନ୍ତି, କଟକ ନଗର – ଲଲାଟେନ୍ଦୁ ବଡୁ, କଟକ ସଦର – ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ଢେଙ୍କାନାଳ – ନରେଶ ମହାପାତ୍ର, ଗଜପତି – ବିଧାୟକ କେ. ନାରାୟଣ ରାଓ, , ଘୁମୁସର – ଗୋକୁଳାନନ୍ଦ ମଲ୍ଲିକ, ଜଗତସିଂହପୁର – ସତ୍ୟବ୍ରତ ମହାପାତ୍ର, ଯାଜପୁର – ଗୌତମ ରାୟ, କଳାହାଣ୍ଡି – ଆର୍ତତ୍ରାଣ ମହାପାତ୍ର, କନ୍ଧମାଳ – ଜଗନ୍ନାଥ ସାହୁ, କେନ୍ଦ୍ରାପଡ଼ା – କିଶୋର ପଣ୍ଡା, କେନ୍ଦୁଝର – ଅଂଶୁମାନ ସବୁଜ ମହନ୍ତ ବର୍ମା, ଖୋର୍ଦ୍ଧା – ରଶ୍ମି ରଂଜନ ମହାପାତ୍ର, କୋରାପୁଟ – ସୁମନ୍ତ ପ୍ରଧାନ, ବାରିପଦା- ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ନବରଙ୍ଗପୁର – ଜଗଦୀଶ ବିଶୋଇ, ନୂଆପଡ଼ା – ସୁବ୍ରତ ଠାକୁର, ପୁରୀ – ଆଶ୍ରିତ ପଟ୍ଟନାୟକ, ରାୟଗଡ଼ା – ଶିବ ପଟ୍ଟନାୟକ, ସମ୍ବଲପୁର – ଗିରିଶ ପଟେଲ, ସୁବର୍ଣ୍ଣପୁର – ପ୍ରମୋଦ ମହାପାତ୍ର, ସୁନ୍ଦରଗଡ – ବିଧାୟକ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ଼(ବଣାଇ) – ଅନୀଲ ବାର୍ଲା, ସୁନ୍ଦରଗଡ (ପାନପୋଷ) – ଲତିକା ପଟ୍ଟନାୟକ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.