Odisha Link
Bridging the Missing Links in Odisha

କ୍ରୀଡ଼ାର ବିକାଶ ପାଇଁ ଆଉ ପାଦେ, ଓଡ଼ିଶା ଟେବୁଲ ଟେନିସ୍‌ ଏକାଡେମୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଉଦଘାଟନ ହେଲା ଓଡ଼ିଶା ଟେବୁଲ ଟେନିସ ଏକାଡେମୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଏକାଡେମୀକୁ ଉଦଘାଟନ କରିଛନ୍ତି। ଏଥିସହିତ ୨୯ତମ ରାଜ୍ୟ ଟେବୁଲ ଟେନିସ ଚାମ୍ପିଅନସିପ୍‌ର ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ।

ଏହି ଅତ୍ୟାଧୁନିକ ଇଣ୍ଡୋର ଷ୍ଟାଡିୟମରେ ୧୬ଟି ଟିଟି ଟେବୁଲ, ଜିମ୍ନାସିୟମ, ୱେଟଲିଫ୍ଟିଂ ରୁମ ଓ ଚେସ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ଯୋଗ ଓ ଜୁମ୍ବା ପାଇଁ ମଧ୍ୟ ସ୍ଥାନ ରଖାଯାଇଛି। ନୂତନ ପିଢ଼ୀକୁ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି କରାଇବା ନିମନ୍ତେ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ନବୀନ କହିଥିଲେ। ଡିସେମ୍ବର ଶେଷ ସୁଦ୍ଧା ଏହା କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି। ଖୁବଶୀଘ୍ର କଟକ ଟିଟି ଏକାଡେମୀର କାର୍ଯ୍ୟ ଶେଷ ହେବ ବୋଲି ମୂଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଥାଉକି ରାଜ୍ୟରେ ୩୩ଟି ଟିଟି ସେଣ୍ଟର ନିର୍ମାଣ କରାଯାଇଛି।

ଉଦଘାଟନ ପରେ ଟିଟିଏଫଆଇର ଅଧିକାରୀ ଏସଏଚ ଚୌଧୁରୀ ଓ ଏସଏଚ କମଳେଶ ମେହେଟ୍ଟା ମୂଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ଏହା ଦ୍ୱାରା ରାଜ୍ୟରେ ଅନେକ ପ୍ରତିଭାବାନ ଖେଳାଳି ସୃଷ୍ଟି ହେବେ ବୋଲି ସେମାନେ ଆଶା ବ୍ୟକ୍ତ କରିଛନ୍ତି।

ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ୫ଟି ଓ ନବୀନ ଓଡିଶା ଚେୟାରମ୍ୟାନ ଭିକେ ପାଣ୍ଡିଆନ, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଭୁବନେଶ୍ୱର ସେଂଟ୍ରାଲର ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ଡିସି କମ ଏସିଏସ ଅନୁ ଗର୍ଗ, ଓଏସଟିଟିଲର ସଭାପତି ସଞ୍ଜୟ ସିଂ ଓ ସ୍ପୋର୍ଟ୍ସ ସେକ୍ରେଟାରୀ ଭିନିଲ କ୍ରିଷ୍ଣା ଉପସ୍ଥିତ ଥିଲେ।

Leave A Reply

Your email address will not be published.