Odisha Link
Bridging the Missing Links in Odisha

ଟିମ୍‌ ଇଣ୍ଡିଆର ରାଜ: ଶୁବମନ ଗିଲ ଓ ସିରାଜ ରଚିଲେ ଇତିହାସ

ଓଏଲ୍‌ ବ୍ୟୁରୋ: ବିଶ୍ବ କ୍ରିକେଟରେ ଟିମ୍‌ ଇଣ୍ଡିଆର ରାଜୁତି। ଦିନିକିଆ ବିଶ୍ବକପ୍‌ରେ ବର୍ତ୍ତମାନ ପର୍ଯ୍ୟନ୍ତ ଅପରାଜେୟ ଥିବା ଭାରତୀୟ କ୍ରିକେଟ ଦଳ ଦିନିକିଆ, ଟେଷ୍ଟ ଓ ଟି-୨୦ରେ ୧ ନମ୍ବର ସ୍ଥାନରେ ରହିଛନ୍ତି। ଏଥିସହିତ ପ୍ରଥମ ଥର ପାଇଁ ଆଇସିସି ବ୍ୟାଟିଂ ଓ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ଦୁଇ ଯୁବ ଭାରତୀୟ ରହିବାର ରେକର୍ଡ କରିଛନ୍ତି। ପୂର୍ବରୁ କେବେ ହେଲେ ଏପରି ଯୁଗଳବନ୍ଦୀ ଦେଖିବାକୁ ମିଳି ନଥିଲା।

ଶୁବମନ ଗିଲ୍‌ ଏବେ ଆଇସିସି ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ସେହିପରି ବିଶ୍ୱର ଶ୍ରେଷ୍ଠ ବୋଲର ମାନ୍ୟତା ପାଇଛନ୍ତି ମହମ୍ମଦ ସିରାଜ।
ଆଇସିସି ବୋଲିଂ ରାଙ୍କିଙ୍ଗର ଟପ୍‌ ଟେନ୍‌ରେ ସିରାଜଙ୍କ ବ୍ୟତୀତ କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା ଓ ମହମ୍ମଦ ଶାମି ମଧ୍ୟ ରହିଛନ୍ତି। ଅଲରାଉଣ୍ଡର ରାଙ୍କିଙ୍ଗର ୧୦ମ ସ୍ଥାନରେ ରବୀନ୍ଦ୍ର ଜାଡେଜା ରହିଛନ୍ତି।

ଗିଲ ପାକିସ୍ତାନର ଅଧିନାୟକ ବାବର ଆଜମଙ୍କୁ ୧ନଂ ସ୍ଥାନରୁ ହଟାଇ ଦେଇଛନ୍ତି। ବାବର ଦ୍ୱିତୀୟ ସ୍ଥାନକୁ ଖସିଛନ୍ତି। ବାବର ଦୀର୍ଘ ଦିନ ହେଲେ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଥିଲେ। ସେହିପରି ଟପ୍‌ ୧୦ରେ ରୋହିତ ଶର୍ମା ଓ ବିରାଟ କୋହଲି ମଧ୍ୟ ରହିଛନ୍ତି। ଭାରତୀୟ କ୍ରିକେଟ ଇତିହାସରେ ଗିଲ ୪ର୍ଥ ବ୍ୟାଟର ଭାବେ ଆଇସିସି ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିବାକୁ ସକ୍ଷମ ହୋଇଛନ୍ତି। ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲିଙ୍କ ପରେ ଗିଲ୍‌ ୧ନଂ ସ୍ଥାନରେ ପହଞ୍ଚିଛନ୍ତି।

ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନ ସିରାଜ ଦଖଲ କରିଛନ୍ତି। ସେ ଚଳିତ ବିଶ୍ୱକପରେ ନିଜର ଛାପ ଛାଡ଼ିଛନ୍ତି। ଏଥିପାଇଁ ସିରାଜ ପାକିସ୍ତାନର ଶାହୀନ ଶାହ ଆଫ୍ରିଦିଙ୍କୁ ହଟାଇ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିଛନ୍ତି। ବୋଲିଂ ରାଙ୍କିଙ୍ଗର ୪ନଂ ସ୍ଥାନରେ କୁଲଦୀପ ଯାଦବ, ୮ନଂରେ ଯଶପ୍ରୀତ ବୁମ୍ରା ଓ ୧୦ନଂ ସ୍ଥାନରେ ମହମ୍ମଦ ଶାମି ରହିଛନ୍ତି। ପୂର୍ବ ସପ୍ତାହରେ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ଥିବା ଆଫ୍ରିଦି ତଳକୁ ଖସି ୫ନଂ ସ୍ଥାନରେ ପହଞ୍ଚିଛନ୍ତି।

Leave A Reply

Your email address will not be published.