Odisha Link
Bridging the Missing Links in Odisha

ଦୀପାବଳୀରେ ଫୁଟାଇବେ କେଉଁ ବାଣ?

ଓଏଲ୍‌ ବ୍ୟୁରୋ: ଭାରତରେ ଆଲୋକର ପର୍ବ ଦୀପାବଳୀକୁ ବେଶ ଧୁମଧାମରେ ପାଳନ କରନ୍ତି ଦେଶବାସୀ। ମୁଖ୍ୟତଃ ଧନତେରାସ୍‌ଠୁ ଆରମ୍ଭ ହୋଇଯାଇଥାଏ ଦୀପାବଳୀ ପର୍ବ। ଦୀପାବଳୀରେ ଦୀପ ଜଳେଇବା ସାଙ୍ଗକୁ ବାଣ ମଧ୍ୟ ଫୁଟା ଯାଇଥାଏ। ହେଲେ ଚଳିତ ଥର ବାଣଫୁଟାରେ ଲାଗିଛି ସୁପ୍ରିମକୋର୍ଟଙ୍କ ଛାଟ। ଦେଶର ପ୍ରମୁଖ ସହର ଗୁଡ଼ିକରେ ବାୟୁ ପ୍ରଦୂଷଣର ମାତ୍ରା ଅହେତୁକ ବୃଦ୍ଧି ପାଇବାକୁ ନଜରର ରଖି ସୁପ୍ରିମକୋର୍ଟ ଦେଇଛନ୍ତି ସୁପ୍ରିମ ରାୟ।

ସୁପ୍ରିମକୋର୍ଟ ପ୍ରଦୂଷଣ ସୃଷ୍ଟିକାରୀ ବାଣ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି। ସୁପ୍ରିମକୋର୍ଟଙ୍କ କଟକଣା ପରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଲୋକେ ଦୀପାବଳୀରେ କେଉଁ ବାଣ ଫୁଟାଇବେ ତାକୁ ନେଇ ବିତର୍କ ଆରମ୍ଭ ହୋଇଛି। ସୁପ୍ରିମକୋର୍ଟ କହିଛନ୍ତି, ୧୨୫ ଡେସିବିଲରୁ ଅଧିକ ଶଦ୍ଦ ପ୍ରଦୂଷଣ ବାଣ ଫୁଟିବ ନାହିଁ । ଅଧିକ ଶବ୍ଦ ଓ ପ୍ରଦୂଷଣ କରୁଥିବା ବାଣ ଫୁଟାଇପାରିବେ ନାହିଁ। ସବୁଜ ବାଣ ଫୁଟାଇବା ଉପରେ କୌଣସି ପ୍ରତିବନ୍ଧକ ନାହିଁ । ଅତ୍ୟଧିକ ପ୍ରଦୂଷଣ ସୃଷ୍ଟିକାରୀ ବାଣ ଉପରେ ବ୍ୟାନ ଲଗାଇଛନ୍ତି ସୁପ୍ରିମକୋର୍ଟ।

କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ବାଣ ଦୋକାନରେ କେବଳ ସବୁଜ ବାଣ ବିକ୍ରି ହେବ। ବୋରିୟମ ସଲ୍ଟ ଓ ରାସାୟନିକ ସାମଗ୍ରୀ ବ୍ୟବହାରକାରୀ ବାଣ ଉପରେ ରୋକ୍ ଲାଗିଛି। ତେବେ ସବୁଜ ବାଣ କ’ଣ? କେମିତି ଚିହ୍ନିବେ ସବୁଣ ବାଣ କେଉଁଟା। ଯେଉଁ ବାଣର ପ୍ୟାକେଟ ଉପରେ ସବୁଜ ରଙ୍ଗ ଲୋଗୋ ଥାଏ। ସବୁଜ ବାଣ ଧୂଆଁ କିମ୍ବା ପାଉଁଶ ସୃଷ୍ଟି କରେ ନାହିଁ। ବାଣ ଫୁଟିଲେ ଏହାର ଶଦ୍ଦ ୧୧୦ରୁ ୧୨୫ ଡେସିମିଲ ମଧ୍ୟରେ ସୀମିତ ଥାଏ। ଏହି ବାଣ ପରିବେଶକୁ କୌଣସି କ୍ଷତି ପହଞ୍ଚାଇନଥାଏ ଓ ପ୍ରଦୂଷଣ ରହିତ ହୋଇଥାଏ।

Leave A Reply

Your email address will not be published.