Odisha Link
Bridging the Missing Links in Odisha

ଲିଙ୍ଗରାଜ ମନ୍ଦିର ନିକଟରେ ଦୁର୍ଘଟଣା: ସମ୍ପୃକ୍ତ କାର୍ ଡ୍ରାଇଭର ଗିରଫ

ଓଏଲ୍‌ ବ୍ୟୁରୋ: ଲିଙ୍ଗରାଜ ସମ୍ମୁଖ ଉତର ଦ୍ୱାର ନିକଟରେ ଅଘଟଣ ଘଟିଥିବା ଖବର ସାମ୍ନାକୁ ଆସିଥିଲା। ଲିଙ୍ଗରାଜ ମନ୍ଦିର ନିକଟରେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ଲିଙ୍ଗରାଜ ଥାନା ପୁଲିସ କାର୍ ଡ୍ରାଇଭରଙ୍କୁ ଗିରଫ କରିଛି। ଭୁଲବଶତଃ ବ୍ୟାକ୍ ଗିଅର ପକାଇବାରୁ ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ଆଗ ଗିଅର ବଦଳରେ ବ୍ୟାକ୍ ଗିଅର ପକାଇ ଚଢ଼ାଇ ଦେଇଥିଲା। ଦୁର୍ଘଟଣା ବାବଦରେ ଏସିପି ଜୋନ-୨ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଗତକାଲି ବଡ ବଡୁଆ ଡାକିବାକୁ ଆସିଥିବା ଦମ୍ପତିଙ୍କୁ କାର୍ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ସ୍ତ୍ରୀଙ୍କ ଜୀବନ ଚାଲିଯାଇଥିବାବେଳେ। ସ୍ୱାମୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଛି। ମୃତ ମହିଳା ହେଲେ ଜଣଙ୍କ ହେଲେ ସୁଲୋଚନା ମହାନ୍ତି। ଗୁରୁତର ସ୍ୱାମୀ ଜୁରିନାଥ ବେବର୍ତା। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଗାଡି ଚାଳକ ଜଣଙ୍କ ଦୁର୍ଘଟଣା ହଟାଇ ଫେରାର ଥିବା ଜଣାପଡିଛି। ଗାଡି ଚାଳକଙ୍କ ପରିଚୟ ଗୌତମ ମିଶ୍ର ବୋଲି ଜଣା ପଡିବା ପରେ ପୁଲିସିସ ତାଙ୍କୁ ଗିରଫ କରିଛି।

Leave A Reply

Your email address will not be published.