Odisha Link
Bridging the Missing Links in Odisha

ଭାରତୀୟ ନୌସେନାକୁ ସଫଳତା; ପ୍ରଥମ ସ୍ବଦେଶୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଓଏଲ୍‌ ବ୍ୟୁରୋ: ଭାରତୀୟ ନୌସେନାକୁ ସଫଳତା ମିଳିଛି। ହେଲିକପ୍ଟରରୁ ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଏହାକୁ ଡିଆରଡିଓ ସହାୟତାରେ ଭାରତୀୟ ନୌସେନା ପରୀକ୍ଷା କରିଛି। ଉଡ଼ନ୍ତା ୪୨-ବି ହେଲିକପ୍ଟରରୁ କ୍ଷେପଣାସ୍ତ୍ର ଛଡ଼ାଗଲା। ଏହା ହେଉଛି ନୌସେନାର ପ୍ରଥମ ସ୍ବଦେଶୀ କ୍ଷେପଣାସ୍ତ୍ର। ଯାହା ସଫଳତାର ଉତ୍କ୍ଷେପଣ ହୋଇଛି।

ଭାରତୀୟ ନୌସେନା ଦ୍ବାରା କରାଯାଇଥିବା ଏହି ପରୀକ୍ଷଣରେ ମିସାଇଲର ଶିକର୍‌ ଓ ଗାଇଡାନ୍ସ ଟେକନିକ୍‌ର ବି ପରୀକ୍ଷଣ କରାଯାଇଛି। ଗାଇଡାନ୍ସ ଟେକନିକ୍‌ ଦ୍ବାରା ହିଁ କୌଣସି ମିସାଇଲ ତାର ଲକ୍ଷ୍ୟ ଭେଦ କରିଥାଏ। ମିସାଇଲର ପ୍ରଭାବ ଏହାର ଗାଇଡାନ୍ସ ଟେକନିକ୍‌ ଉପରେ ନିର୍ଭର କରେ। ନୌସେନା ଯେଉଁ ଭିଡିଓ ଜାରି କରିଛି ସେଥିରେ ଦେଖାଯାଉଛି ଯେ ମହାସାଗର ଉପରେ ଉଡୁଥିବା ଭାରତୀୟ ନୌସେନାର ହେଲିକପ୍ଟର ଆଣ୍ଟି ମିସାଇଲର ଉତକ୍ଷେପଣ କରିଛି ଯାହାକି ସଫଳତାପୂର୍ବକ ଲକ୍ଷ୍ୟଭେଦ କରିଥିବା ସୂଚନା ଜାରି ହୋଇଛି।

Leave A Reply

Your email address will not be published.