Odisha Link
Bridging the Missing Links in Odisha

କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ନିପନ ଷ୍ଟିଲ ପ୍ଲାଣ୍ଟ; ଡିସେମ୍ବରରୁ ହେବ ଜନଶୁଣାଣି

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ନିପନ ଷ୍ଟିଲ ପ୍ଲାଣ୍ଟ। ଏହି ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ କାମ ତ୍ବରାନ୍ବିତ ହେଉଛି। ପରିବେଶ ମଞ୍ଜୁରୀ ପାଇଁ ଆବେଦନ ହୋଇଛି। ଡିସେମ୍ବର କିମ୍ବା ଜାନୁଆରି ସୁଦ୍ଧା ମଞ୍ଜୁରୀ ମିଳିବ। ଜମି ଅଧିଗ୍ରହଣ ପାଇଁ ଡିସେମ୍ବରରୁ ଜନଶୁଣାଣି ହେବି ବୋଲି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ସୂଚନା ଦେଇଛନ୍ତି।

ଖବର ଅନୁସାରେ, ପୂର୍ବରୁ ଜାପାନର ଟୋକିଓରେ ଓଡ଼ିଶା ବିଜନେସ୍ ମିଟକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିଥିଲେ। ଶିଳ୍ପପତିଙ୍କୁ ଭେଟି ଆଲୋଚନା କରିବା ସହ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଜାପାନର ବଡ ବଡ ଉଦ୍ୟୋଗୀ ଓ ପୁଞ୍ଜିପତିଙ୍କୁ ସିଧାସଳଖ ଭେଟିବା ସହ ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ।

ରାଜ୍ୟରେ ସର୍ବବୃହତ ଅତ୍ୟାଧୁନିକ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେବ। ୩୦ ନିୟୁତ ଟନର ଏହି ମେଗା ଗ୍ରୀନ୍ ଫିଲ୍ଡ ଗଢିବ ଜାପାନ ଷ୍ଟିଲ। ଟୋକିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ବେଳେ ନିପନ ଷ୍ଟିଲ କର୍ପୋରେସନର ସଭାପତି ଏନେଇ ଘୋଷଣା କରିଥିଲେ। ଜାପାନ ଗସ୍ତରେ ଯାଇ ପ୍ରବାସୀ ଓଡ଼ିଆଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Leave A Reply

Your email address will not be published.