Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ; ରେଡ୍ ସମୟରେ ଠାବ ହେଲା ଅମାପ ସମ୍ପତି

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଆରଡବ୍ଲୁଏସର କନିଷ୍ଠ ଯନ୍ତ୍ରୀ। କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଉଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ରେଡ୍‌ ହୋଇଛି। ଭୁବନେଶ୍ୱର ଓ ଗଞ୍ଜାମର ୫ଟି ସ୍ଥାନରେ ରେଡ୍‌ ଚାଲିଛି। ରେଡ୍ ସମୟରେ ଅମାପ ସମ୍ପତି ଠାବ ହୋଇଛି।

ଭିଜିଲାନ୍ସ ରେଡ୍ ସମୟରେ ଭୁବନେଶ୍ୱର ଜାଗମରାରେ ୧ କୋଟି ୧୦ ଲକ୍ଷର ତିନି ମହଲା କୋଠା, ଆସ୍କାରେ ମାର୍କେଟ କମ୍ପ୍ଲେକ୍ସ, ୩ ଲକ୍ଷ ୪୦ ହଜାର ନଗଦ ଟଙ୍କା ଠାବ ହୋଇଛି। ଗୋଟିଏ ଚାରି ଚକିଆ, ୪ଟି ଦୁଇ ଚକିଆ ଯାନ, ୧୭ଟି ବ୍ୟାଙ୍କ ଆକାଉଣ୍ଟ ଠାବ କରାଯାଇଛି। ଏହାସହ ବୀମା, ପୋଷ୍ଟାଲ ଜମା, ଜମି/ପ୍ଲଟ୍‌ର ଯାଞ୍ଚ ଚାଲିଛି।

ଅନ୍ୟପଟେ, ଭିଜିଲାନ୍ସ ରେଡ୍‌ ବେଳେ ଘର ଛାତ ଡେଇଁ କନିଷ୍ଠ ଯନ୍ତ୍ରୀ ଚମ୍ପଟ୍‌ ମାରିଥିବା ଖବର ସାମ୍ନାକୁ ଆସିଥିଲା। ଭୁବନେଶ୍ୱର ଜାଗମରା ସ୍ଥିତ ଘରେ ଭିଜିଲାନ୍ସ ପହଞ୍ଚିବା କ୍ଷଣି ଫେରାର ହୋଇଥିଲେ। କନିଷ୍ଠ ଯନ୍ତ୍ରୀ ସୁନୀଲ ପାଢ଼ୀ ଘର ଛାତକୁ ଯାଇ ପଡ଼ିଶା ଛାତକୁ ଡେଇଁ ଚମ୍ପଟ୍‌ ମାରିଥିବା ଭିଜିଲାନ୍ସ ସ୍ପଷ୍ଟ କରିଥିବାବେଳ ଏବେ ଧରାପଡିଥିବା ଜଣା ପଡିଛି।

Leave A Reply

Your email address will not be published.