Odisha Link
Bridging the Missing Links in Odisha

ତେଲେଙ୍ଗାନା ବିଧାନସଭା ଭୋଟ୍: ୧୦୬ଟି ଆସନ ପାଇଁ ଚାଲିଛି ମତଦାନ

ଓଏଲ୍‌ ବ୍ୟୁରୋ: ନିର୍ବାଚନକୁ ନେଇ ଉଠୁଛି ପଡୁଛି ତେଲେଙ୍ଗାନା। ଆଜି ତେଲେଙ୍ଗାନା ବିଧାନସଭା ଭୋଟ୍ ହୋଇଥିବାବେଳେ ମତଦାନ ଆରମ୍ଭ ହୋଇଛି। ସମସ୍ତ ୧୧୯ଟି ଯାକ ଆସନରେ ମତଦାନ ଚାଲିଛି। ୧୦୬ଟି ଆସନରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବାକୁ ଥିବାବେଳେ ମାଓ ଅଧ୍ୟୁଷିତ ୧୩ ଆସନରେ ଅପରାହ୍ନ ୪ଟା ସରିବ ଭୋଟ୍। ବିଆରଏସ, କଂଗ୍ରେସ ଓ ବିଜେପି ମଧ୍ୟରେ ତ୍ରିମୁଖୀ ଲଢ଼େଇ ଜାରି ରହିଛି।

୨୨୯୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩ କୋଟି ୨୬ ଲକ୍ଷ ଭୋଟର। ଆଜି ମତଦାନ ପାଇଁ ୩୫ ହଜାର ୬୫୫ ପୋଲିଂ ବୁଥ୍ କରାଯାଇଥିବା ବେଳେ ଅଢ଼େଇ ଲକ୍ଷ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଆଜି ତେଲେଙ୍ଗାନା ଭୋଟ୍ ସରିଲେ ଏହାକୁ ମିଶାଇ ୫ ରାଜ୍ୟ ଯଥାକ୍ରମେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ମିଜୋରାମରେ ବିଧାନସଭା ନିର୍ବାଚନ ସରିବ। ଡିସେମ୍ବର ୩ ତାରିଖରେ ଫଳାଫଳ ଘୋଷଣା ହେବ।

Leave A Reply

Your email address will not be published.