ଖସୁଛି ପାରଦ; ରାଜ୍ୟରେ ଶୀତର ଲହରୀ
ଓଏଲ୍ ବ୍ୟୁରୋ: ରାତିରେ ଖସୁଛି ପାରଦ, ବଢ଼ୁଛି ଶୀତ। ସକାଳୁ ସକାଳୁ ଘରୁ ବାହାରିବା ହୋଇପଡ଼ୁଛି ମୁସ୍କିଲ। ଓଃ କି ଶୀତ…ଜାଡର ପରିମାଣ ଏତେ ବୃଦ୍ଧି ପାଇଛି। ସମସ୍ତଙ୍କ ପାଟିରୁ ଖାଲି ଓଃ କି ଶୀତ.. ରାଜ୍ୟରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ରାଜ୍ୟରେ ୧୦ ଡିଗ୍ରୀ ତଳେ ୭ ସହର ରହିଛି। ୭.୫ ଡିଗ୍ରୀ ସହ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର। ଫୁଲବାଣୀ ୮.୫, କିରେଇ ଓ ସିମିଳିଗୁଡା ୮.୭ ଡିଗ୍ରୀ ରେକର୍ଡ କରାଯାଇଛି। ଦାରିଙ୍ଗବାଡି ୯.୫, କୋରାପୁଟ ୯.୬, ରାଉରକେଲା ୯.୭ ଡିଗ୍ରୀ ରେକର୍ଡ କରାଯାଇଛି। କଟକ ୧୪.୫ ଓ ଭୁବନେଶ୍ବର ୧୫.୩ ଡିଗ୍ରୀ ରେକର୍ଡ କରାଯାଇଛି।
ରାଜ୍ୟରେ ଶୀତ ଲହରୀ ପାଇଁ ସଚେତନତା କରାଯାଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସଚେତନ କରାଇଛନ୍ତି। ବୟସ୍କ ଓ ଛୋଟ ପିଲାଙ୍କ ପ୍ରତି ଯତ୍ନବାନ ହୁଅନ୍ତୁ। ଜରୁରୀ କାମରେ ବାହାରକୁ ଗଲେ ଶୀତ ବସ୍ତ୍ର ପରିଧାନ କରନ୍ତୁ। ଶୀତ ଲହରୀ ସମୟରେ ଯଥାସମ୍ଭବ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ବଢୁଥିବା ଶୀତର ପରିମାଣକୁ ଦେଖି ଏଭଳି ପଦକ୍ଷେପ ନିଆଯାଇଛି। ଏହା ସହ ଶୀତର ପରିମାଣ ଆହୁରି ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି।