ଓଡ଼ିଶାରେ ଲିଜେଣ୍ଡାରୀ କ୍ରିକେଟର କପିଲ ଦେବ; ବିମାନବନ୍ଦରରେ ଭବ୍ୟ ସ୍ଵାଗତ
ଓଏଲ୍ ବ୍ୟୁରୋ: ଭୁବନେଶ୍ଵରରେ ଆସିଛନ୍ତି ଲିଜେଣ୍ଡାରୀ କ୍ରିକେଟର କପିଲ ଦେବ। ବିମାନବନ୍ଦରରେ ଭବ୍ୟ ସ୍ଵାଗତ କରାଯାଇଛି। ଏକ ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗ ଦେବେ। ଓଡ଼ିଶା କ୍ରିକେଟରଙ୍କୁ କଣ ମେସେଜ ଦେବେ ବୋଲି କରାଯାଇଥିବା ପ୍ରଶ୍ନର ଉତ୍ତରରେ କହିଛନ୍ତି, ଯିବା ପୂର୍ବରୁ ଏନେଇ ନିଶ୍ଚୟ ପ୍ରତିକ୍ରିୟା ଦେବି।
କପିଲ ଦେବ ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ଥିଲେ ଓ କୁହାଯାଏ ତାଙ୍କ ପାଇଁ ଭାରତ ୧୯୮୩ ମସିହାରେ ବିଶ୍ୱକପ ଜିତିଥିଲା। ସେ ଜଣେ ଅଲ୍-ରାଉଣ୍ଡର ଥିଲେ ଓ ଭାରତୀୟ ଟିମ୍ର କୋଚ୍ ମଧ୍ୟ ଥିଲେ। କପିଲ ଦେବ୍ ପ୍ରଶଂସାର ସହ ପ୍ରଦର୍ଶନ କରିଥିଲେ ହରିୟାଣା ଟିମ୍ ସହ ନଭେମ୍ବର ମାସ ୧୯୭୫ରେ ପଞ୍ଜାବ ବିପକ୍ଷରେ ୭ ୱିକେଟରେ ପଞ୍ଜାବକୁ ୬୩ ରନ୍ରେ ସୀମିତ ରଖି ହରିୟାଣକୁ ଜିତେଇଥିଲେ। କପିଲ ଗୋଟେ ଯୁଗ ସାରିଥିଲେ ୧୨୧ ୱିକେଟ୍ ନେଇଥିଲେ ୩୦ଟା ମ୍ୟାଚ୍ରେ ଓ ୧୯୭୬-୭୭ ସିଜନରେ। ସେ ଜମ୍ମୁ କାଶ୍ମୀର ବିପକ୍ଷରେ ଓପନିଙ୍ଗ୍ ବ୍ୟାଟ୍ସ୍ ମ୍ୟାନ ଥିଲେ।