Odisha Link
Bridging the Missing Links in Odisha

ଉଦଘାଟନ ହେବ ଓଏମସିର ବିଭିନ୍ନ ପ୍ରକଳ୍ପ; ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଓଡ଼ିଶାବାସୀଙ୍କ ଖୁସି ପାଇଁ ଓଡିଶା ଖଣି ନିଗମ ପକ୍ଷରୁ ବିଭିନ୍ନ ପ୍ରକଳ୍ପର ଆରମ୍ଭ ହୋଇଛି। ଓଡିଶା ଖଣି ନିଗମର ବିଭିନ୍ନ ପ୍ରକଳ୍ପକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବା ସହ ଵିତତି ପ୍ରସ୍ତର ସ୍ଥାପନ କରିବେ। ଆଜି ଅପରାହ୍ନ ୫ଟାରେ ଲୋକସେବା ଭବନରେ ଏହାର ଶୁଭାରମ୍ଭ କରାଯିବ।

ଅନ୍ୟପଟେ, ଆଜି ଝାରସୁଗୁଡ଼ାରେ ନୂଆ ଓଡ଼ିଶା ଫେଷ୍ଟ ଆରମ୍ଭ ହେବାକୁ ଯାଉଛି। ଏନେଇ ଅମଲିପାଲି ପଡ଼ିଆରେ ବ୍ୟାପକ ଆୟୋଜନ କରାଯାଇଛି। ଝାରସୁଗୁଡ଼ାରେ ନୂଆ ଓଡ଼ିଶା ଫେଷ୍ଟକୁ ଉଦଘାଟନ କରିବେ କ୍ରୀଡ଼ାମନ୍ତ୍ରୀ ତୁଷାର କାନ୍ତି ବେହେରା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ କଲେଜରୁ ୧୦ ହଜାର ଛାତ୍ରଛାତ୍ରୀ ଯୋଗଦେବେ। ଉତ୍ସବରେ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ, ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ସାମିଲ ହୋଇଛନ୍ତି।

Leave A Reply

Your email address will not be published.