Odisha Link
Bridging the Missing Links in Odisha

ଚେନ୍ନାଇ ପରେ ବର୍ଷାରେ ବେହାଲ ତାମିଲନାଡ଼ୁ; ଆଜି ସ୍କୁଲ ଓ କଲେଜ ବନ୍ଦ

ଓଏଲ୍‌ ବ୍ୟୁରୋ: ବାତ୍ୟା ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା ହୋଥିଲା। ରାସ୍ତାଘାଟ, ବିମାନ ବନ୍ଦର ଓ ବସ୍‌ ଟର୍ମିନାଲ ଜଳାର୍ଣ୍ଣବ ହୋଇଥିଲା। ବାତ୍ୟା ପ୍ରଭାବରେ ଚେନ୍ନାଇ ସ୍ଥିତି ବେହାଲ ହୋଇପଡିଥିଲା। ପ୍ରବଳ ବର୍ଷା ଯୋଗୁଁ ଧନଜୀବନ ହାନି ହୋଇଥିଲା। ତଳିଆ ଅଞ୍ଚଳ ସମେତ ରାସ୍ତାଘାଟ ଜଳାର୍ଣ୍ଣବ ହୋଇପଡିଥିଲା।

ଚେନ୍ନାଇରେ ପ୍ରବଳ ବର୍ଷା ପରେ ତାମିଲନାଡ଼ୁରେ ଭୟଙ୍କର ପରିସ୍ଥିତି। ପ୍ରବଳ ବର୍ଷାରେ ଉବୁଟୁବୁ ହେଉଛି ତାମିଲନାଡ଼ୁ। ଦକ୍ଷିଣ ତାମିଲନାଡ଼ୁର ୪ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ତାମିଲନାଡ଼ୁରେ ପ୍ରବଳ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଅତିପ୍ରବଳ ବର୍ଷା ଯୋଗୁଁ ଆଜି ପାଇଁ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି।

Leave A Reply

Your email address will not be published.