Odisha Link
Bridging the Missing Links in Odisha

ମୟୂରଭଞ୍ଜରେ ୫-ଟି ଅଧ୍ୟକ୍ଷ; ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ଦେଲେ ଉଦବୋଧନ

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡ଼ା ପରେ ଆଜି ମୟୂରଭଞ୍ଜ ଗସ୍ତରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ମୟୂରଭଞ୍ଜ ଗସ୍ତରେ ଯାଇ ଭି.କେ ପାଣ୍ଡିଆନ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବ ବିଦ୍ୟାଳୟରେ ପଡ଼ିଆରେ ପହଞ୍ଚିଲେ। ନୂଆ-ଓ କାର୍ଯ୍ୟକ୍ରମରେ ୫-ଟି ଅଧ୍ୟକ୍ଷ ଉଦବୋଧନ ଦେଇଛନ୍ତି। ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ କହିଛନ୍ତି, ପ୍ରତିବର୍ଷ ନୂଆ-ଓ କାର୍ଯ୍ୟକ୍ରମ କରାଯିବ। ଏହା ସହ ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭରଶୀଳ ହେବାର ମନ୍ତ୍ର ମଧ୍ୟ ଦେଇଛନ୍ତି।

ସୂଚନା ଅନୁସାରେ, ଗତକାଲି ଦିନିକିଆ କେନ୍ଦ୍ରାପଡ଼ା ଗସ୍ତରେ ଥିଲେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। କେନ୍ଦ୍ରାପଡ଼ା ଗସ୍ତରେ ଯାଇ ରାଜନଗର ବ୍ଲକ କେରେଡାଗଡ଼ରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି ବୋଲି ଜନତାଙ୍କୁ କହିଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ୬୦ ଦିନ ଭିତରେ ଆରମ୍ଭ ହେଲା ସେତୁ କାମ।

ନିର୍ଦ୍ଧାରିତ ସମୟ ଆଗରୁ କାମ ସାରିବାକୁ ଲକ୍ଷ୍ୟ ରହିଛି। ଏହା ସହ ସାତଭାୟା ପାଇଁ ୨୨.୫୦ କୋଟି ମଂଜୁର ହୋଇଛି। ବାୟାବାବା ମଠ ପାଇଁ ୪.୯୫ କୋଟି ମଂଜୁର ହୋଇଛି। ଜଗନ୍ନାଥ ମନ୍ଦିର ପାଇଁ ୩.୩ କୋଟି ମଂଜୁର ହୋଇଛି। ଏହା ସହ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତାରୁ କେନ୍ଦ୍ରାପଡ଼ା ପାଇଁ ୧୧.୭୫ କୋଟି ମଂଜୁର ହୋଇଛି। ୬ ମାସରେ ରାଜନଗର ୧୩୫ କୋଟି ପାଇଛି ବୋଲି କହିଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ।

Leave A Reply

Your email address will not be published.