Odisha Link
Bridging the Missing Links in Odisha

ନିଶ୍ଚିନ୍ତକୋଇଲିରେ ବସ୍ ଦୁର୍ଘଟଣା: ସହାୟତା ରାଶି ଘୋଷଣା ସହ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ବର୍ଷ ଆରମ୍ଭରୁ ନିଶ୍ଚିନ୍ତକୋଇଲିରେ ଅଘଟଣ ହୋଇଥିବା ଖବର ସାମ୍ନାକୁ ଆସିଛି। କଟକ ନିଶ୍ଚିନ୍ତକୋଇଲିରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି। ବସ୍-ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ ଜଣ ଆହତ ହୋଇଛନ୍ତି। ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

ସୂଚନା ଅନୁସାରେ, ଆଜି ଭୋରରୁ କଟରପଡ଼ା ଛକ ନିକଟରେ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାର କାରଣ ସମ୍ପର୍କରେ ଜଣାପଡ଼ିନାହିଁ। ନିଶ୍ଚିନ୍ତକୋଇଲି କଟରପଡ଼ା ଛକ ନିକଟରେ ଏହି ଦୁର୍ଘଟଣା ହୋଇଛି। କେନ୍ଦ୍ରାପଡ଼ାରୁ କଟକ ଆସୁଥିବା ବେଳେ ଦୁର୍ଘଟଣା ହୋଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆହତମାନଙ୍କୁ ନିଶ୍ଚିନ୍ତକୋଇଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.