Odisha Link
Bridging the Missing Links in Odisha

ଆଜି ପର୍ଯ୍ୟଟକଙ୍କୁ ନନ୍ଦନକାନନ ମନା; ଜାଣନ୍ତୁ ଏହାର କାରଣ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଶୀତର ପ୍ରକୋପ ଆରମ୍ଭ ହୋଇଛି। ତେବେ ଏହି ସମୟରେ ପର୍ଯ୍ୟଟକ ପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପ୍ରସ୍ତୁତ କରାଯାଏ। ତେବେ ଆଜି ବନ୍ଦ ରହିବ ନନ୍ଦନକାନନ। ପର୍ଯ୍ୟଟକ ଆଜି ନନ୍ଦନକାନନ ପ୍ରାଣୀଉଦ୍ୟାନ ବୁଲି ଦେଖିପାରିବେ ନାହିଁ। ପ୍ରତି ସୋମବାର ନନ୍ଦନକାନନ ବନ୍ଦ ରହୁଥିବାବେଳେ ଗତକାଲି ନୂଆବର୍ଷ ଥିବାରୁ ଏହାକୁ ଖୋଲା ରଖାଯାଇଥିଲା।

ଏଣୁ ତା ପରିବର୍ତ୍ତେ ଆଜି ନନ୍ଦନକାନନକୁ ବନ୍ଦ ରଖାଯାଇଛି। ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଗତକାଲି ନୂଆବର୍ଷରେ ୩୦ ହଜାର ୫୭ ଜଣ ପର୍ଯ୍ୟଟକ ନନ୍ଦନକାନନ ବୁଲିଥିଲେ। ଗତ ଡିସେମ୍ବର ୨୫ ରୁ ୩୧ ତାରିଖ ମଧ୍ୟରେ ମଧ୍ୟରେ ୧ଲକ୍ଷ ୯୧ ହଜାର ୨୨୪ ଜଣ ପର୍ଯ୍ୟଟକ ଆସିଥିଲେ। ଯାହାକି ଗତବର୍ଷ ଗୁଡିକ ତୁଳନାରେ ବହୁ ଅଧିକ ରହିଥିବା ସୂଚନା ରହିଛି।

Leave A Reply

Your email address will not be published.