Odisha Link
Bridging the Missing Links in Odisha

ଇତିହାସ ରଚିଲା ଇସ୍ରୋ; ଏଲ୍‌ ୧ ପଏଣ୍ଟରେ ଆଦିତ୍ୟ ଏଲ-୧

ଓଏଲ୍‌ ବ୍ୟୁରୋ: ଚନ୍ଦ୍ରଯାନ-୩ର ବଡ଼ ସଫଳତା ପରେ ସୌରପୃଷ୍ଠରେ ମଧ୍ୟ ଇତିହାସ ରଚିଛି ଇସ୍ରୋ। ଭାରତର ସୋଲାର ମିଶନ୍ ଏବେ ସଫଳତା ହାସଲ କରିଛି। ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂର ଲଗରାଞ୍ଜିଆନ୍‌ ପଏଣ୍ଟରେ ପହଁଞ୍ଚିଛି ଆଦିତ୍ୟ ଏଲ୍‌-୧ ।

୨୦୨୩ ସେପ୍ଟେମ୍ବର ୯ତାରିଖରେ ଆଦିତ୍ୟ ଏଲ୍-୧କୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରେ ଥିବା ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଲଞ୍ଚ୍ କରାଯାଇଥିଲା । ହାଲୋ ଅର୍ବିଟ୍‌ରେ ପ୍ରବେଶ କରାଇବା ଲାଗି ଆଦିତ୍ୟ ଏଲ୍-୧ ସାଟେଲାଇଟ୍‌ର ଥ୍ରଷ୍ଟରକୁ କିଛି ସମୟ ପାଇଁ ଚାଲୁ କରାଯିବ । ୧୧୦ ଦିନ ମହାକାଶରେ ଯାତ୍ରା କରିବା ପରେ ଆଦିତ୍ୟ ଏଲ୍-୧ ଏହାର ଲକ୍ଷ୍ୟ ସ୍ଥଳ ତଥା ଲଗରାଞ୍ଜିଆନ୍ ପଏଣ୍ଟରେ ଅବସ୍ଥାପିତ ହୋଇଛି।

ଆଦିତ୍ୟ ଏଲ ୧ର ଯାତ୍ରା ସେପ୍ଟେମ୍ବର ୨ ତାରିଖ ୨୦୨୩ରେ ଆରମ୍ଭ ହେଇଥିଲା। ଏହାର ୫ ମାସ ପରେ ଜାନୁଆରୀ ୬ ତାରିଖରେ ଏହା ଏଲ ୧ ପଏଣ୍ଟରେ ପହଞ୍ଚିଛି। ଏହି ହେଲୋ ଅର୍ବିଟରେ ସୂର୍ଯ୍ୟକୁ ପ୍ରଦକ୍ଷିଣ କରିବ ଆଦିତ୍ୟ ଏଲ ୧। ସେଠାରେ ଏହା ୫ ବର୍ଷ ଧରି କାମ କରିବ। ତେବେ ଇସ୍ରୋର ଏହି ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।

ଆଦିତ୍ୟ ଏଲ ୧ ମିଶନର ପ୍ରୋଜେକ୍ଟ ଡାଇରେକ୍ଟର ନିଗାର ଶାଜୀ ଏକ ଇଣ୍ଟରଭ୍ୟୁରେ କହିଥିଲେ କି, ଏହି ମିଶନ କେବଳ ସୂର୍ଯ୍ୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବନି। ବରଂ ୪ ଶହ କୋଟି ଟଙ୍କାର ଏହି ପ୍ରୋଜେକ୍ଟ ସୂର୍ଯ୍ୟଝଡର ମଧ୍ୟ ସୂଚନା ଦେବ। ଏହାଫଳରେ ଅନେକ ସାଟେଲାଇଟର ମଧ୍ୟ ସୁରକ୍ଷା କରାଯାଇପାରିବ ବୋଲି ସେ କହିଥିଲେ । ଏହି ସାଟେଲାଇଟର ସୋଲାର ଅଲଟ୍ରାଭାଓଲେଟ୍ ଇମେଜିଙ୍ଗ୍ ଟେଲିସ୍କୋପ ପ୍ରଥମ ଥର ପାଇଁ ସୂର୍ଯ୍ୟର ଫୁଲ୍ ଡିସ୍କ ଫଟୋ ନେବାରେ ସକ୍ଷମ ହେଇଥିଲା।

Leave A Reply

Your email address will not be published.