Odisha Link
Bridging the Missing Links in Odisha

ନୟାଗଡ଼: ଆଜିଠୁ ଦଶପଲ୍ଲାରୁ ଗଡ଼ିବ ଟ୍ରେନ୍‌

ଓଏଲ୍‌ ବ୍ୟୁରୋ: ନୟାଗଡ଼ ଜିଲ୍ଲା ଦଶପଲ୍ଲାବାସୀଙ୍କ ସ୍ବପ୍ନ ହେବାକୁ ଯାଉଛି ସାକାର। ଦୀର୍ଘବର୍ଷର ଅନ୍ତ ଘଟିବ ଆଜି। କାରଣ ଆଉମାତ୍ର କିଛି ସମୟ ପରେ ଉଦଘାଟିତ ହେବ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ରେଳ ଷ୍ଟେସନ। ଏହାକୁ ଲୋକାର୍ପଣ କରିବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

ଆଜି ଦିନ ୧୦ଟାରେ ଦଶପଲ୍ଲା ରେଳ ଷ୍ଟେସନ ଉଦଘାଟିତ ହେବା ପରେ, ସେଠାରୁ ୪ଟି ଟ୍ରେନ୍ ଚଳାଚଳ କରିବ। ୨ଟି ପାସେଞ୍ଜର ଏବଂ ଗୋଟିଏ ଲେଖାଏଁ ଏକ୍ସପ୍ରେସ ଓ ମେମୁ ଦଶପଲ୍ଲାକୁ ନିୟମିତ ରେଳସେବା ଯୋଗାଇଦେବ। ଆଜି ଶ୍ରୀ ବୈଷ୍ଣବ ସବୁଜ ପତାକା ଦେଖାଇ ସେଠାରୁ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ।

ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ଅନ୍ତର୍ଗତ ଖୋର୍ଦ୍ଧାରୋଡ୍ ଠାରୁ ନୂଆଗାଁ ପର୍ଯ୍ୟନ୍ତ ୯୨ କିଲୋମିଟର ଟ୍ରାକରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିବା ବେଳେ, ବର୍ତ୍ତମାନ ନୂଆଗାଁ ଷ୍ଟେସନ ଠାରୁ ଦଶପଲ୍ଲା ଷ୍ଟେସନ ପର୍ଯ୍ୟନ୍ତ ଅଧିକ ପ୍ରାୟ ୧୫ କିଲୋମିଟର ରେଳ ଲାଇନ କାର୍ଯ୍ୟକ୍ଷମ ହୋଇଛି।

ସୂଚନାଥାଉକି, ୨୦୨୬ ସୁଦ୍ଧା ଖୋର୍ଦ୍ଧା ଠାରୁ ବଲାଙ୍ଗିର ପର୍ଯ୍ୟନ୍ତ ୨୮୯ କିଲୋମିଟର ରେଳ ଲାଇନ୍ କାର୍ଯ୍ୟକ୍ଷମ ହେବ ବୋଲି ସ୍ଥିର କରାଯାଇଛି ।

Leave A Reply

Your email address will not be published.